News
WhatsApp Image 2023-10-04 at 17.25.00
samparksetu

ମହୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତରଗର୍ତ ମହୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ମହା ସମାହାରରେ ପାଳିତ ହୋଇଛି ।ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମୁଖ୍ୟ ଅତିଥି ମହେଶ ସାହୁ ପରଜଙ୍ଗର ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ଡ. ନୃଶିଂହ ଚରଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଦୀପ ପ୍ରୋଜଳନ କରି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ, ସଂଗୀତ ଦ୍ୱାରା ଅତିଥି ଙ୍କୁ ଆମନ୍ତ୍ରଣ କରିଥିଲେ। ବିଜ୍ଞାନ କୁମାର ମହାନ୍ତି ଙ୍କ ସଭା ପ୍ରତିତ୍ୱରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୀପ୍ତିମଞ୍ଜରୀ ଲେଙ୍କା ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ପ୍ରେମା ନନ୍ଦ ସାହୁ , ଉପ ଅଧ୍ୟକ୍ଷା ରଞ୍ଜିତା ବିଶ୍ଵାଳ , ସରପଞ୍ଚ ରାଧାନାଥ ନାଏକ , ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି କେଦାର ରାଉତ ଓ ଗ୍ରାମ ସଭାପତି ଉତ୍ସବ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଜାଣିବା ପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବିଦ୍ୟାଳୟ କୁ ଆର୍ଥିକ ସହାୟତା ଯୋଗାଇ ଦେଇ ସମସ୍ୟାର ସମାଧାନ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏତେ ବଡ ଆୟୋଜନରେ ବାର୍ଷିକ ଉତ୍ସବ କରୁଥିବାରୁ ଉଚ୍ଚ ପ୍ରଶଂସିତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସହ ଖେଳରେ ଓ ଶିକ୍ଷାରେ କୃତିତ୍ଵ ଅର୍ଜନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନବପତ୍ର ପ୍ରଦାନ କରିଥିଲେ।

new life
You might also like
error: Content is protected !!