News
WhatsApp Image 2023-10-04 at 17.25.00
samparksetu

ଜମି ମାଫିଆ ଙ୍କ କବଳରେ ଗୋଚର ଏବଂ ଗୁଣ୍ଠିକିଆ ପଟା ଜମି

ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲି ଅଧୀନରେ ଦିନକୁ ଦିନ ଜମି ମାଫିଆଙ୍କ ରାଜ ଦେଖିବାକୁ ମିଳୁଛି l ଗୋଚର ଅନାବାଦୀ,ଏବଂ ଏପରିକି ଗରିବ ଭୂମିହୀନ ମାନଙ୍କୁ ଦିଆଯାଇଥିବା ଗୁଣ୍ଠିକିଆ ଜାଗା କେତେକ ମୁଷ୍ଠିମେୟ ଜମିମାଫିଆଙ୍କ କବଳରେ ରହିଆସୁଛି ।

ଏପରିକି ଗୁଣ୍ଠିକିଆ ପଟା ଚିହ୍ନଟ ଅଭାବରୁ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ଆସୁଥିବା ଆବାସ ଯୋଜନା ରୁ ଏବଂ ପିଲାମାନେ ପାଠ ବଢିବା ପାଇଁ କୌଣସି ସ୍ଥାୟୀ ବାସିନ୍ଦା ର ପ୍ରମାଣପତ୍ର ଖଣ୍ଡିଏ ପାଇବାରୁ ବଞ୍ଛିତ ହେଉଛନ୍ତି ।ଏହିପରି ଏକ ଅଭିଯୋଗ ଆସିଛି ଗଁଦିଆ ତହସିଲ ଅନ୍ତର୍ଗତ ଟୋଲରପଶି ଗ୍ରାମରୁ, ସେହି ଗ୍ରାମର ଶରତ ଚନ୍ଦ୍ର ଦାସ କୁହନ୍ତି ଟୋଲରପଶି ଗ୍ରାମର ପ୍ଲଟ ନଂ ୧୯୪ସରକାରୀ ଜମିରୁ ସରକାର ଭୂମିହୀନ ମାନଙ୍କୁ ଗୁଣ୍ଠିକିଆ ପଟା ପ୍ରଦାନ କରିଥିଲେ । କିନ୍ତୁ କେତେକ ମୁଷ୍ଟିମେୟ ଲୋକ ଉକ୍ତ ସମସ୍ତ ପ୍ଲଟ କୁ ନିଜ ଅଧୀନରେ ଦଖଲ କରି ରଖିଛନ୍ତି, ନିଜ ଗୁଣ୍ଠିକିଆ ପଟା ର ଜାଗାକୁ ପାଇବା ପାଇଁ ସେମାନଙ୍କୁ କହିବାରୁ ସେମାନେ କହୁଛନ୍ତି ତଳୁ ଉପର ଯାଏ ସମସ୍ତ ଙ୍କୁ ଟଙ୍କା ଦେଇ ଆମେ ଏହି ଜାଗାକୁ ଅଧିକାର କରିଛୁ, ଏଠି ପ୍ରଶ୍ନ ଉଠେ ସରକାର ଭୂମିହୀନ ମାନଙ୍କୁ ଘର କରିବା ପାଇଁ ଦେଇଥିବା ଜମି ଏକ ପ୍ରହସନ ନୁହେଁ କି ।

ତେବେ ଏ ଦିଗରେ ପ୍ରଶାସନ କଣ ପଦକ୍ଷପ ନେଉଛନ୍ତି ଦେଖିବାକୁ ବାକି ଥିଲା ବେଳେ,ଏହି ଘଟଣା ସମ୍ପର୍କରେ ଶରତ ଚନ୍ଦ୍ର ଦାସ ଲିଖିତ ଭାବେ ତହସିଲଦାର ଙ୍କୁ ଅଭିଯୋଗ କରିଛନ୍ତି ।ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ସୁଦର୍ଶନ ଗୁରୁ ଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ସେ କୌଣସି ଉତ୍ତର ଦେଇନଥିଲେ ।

new life
You might also like
error: Content is protected !!