News
WhatsApp Image 2023-10-04 at 17.25.00
samparksetu

ମଦ ଦୋକାନକୁ ତୀବ୍ର ବିରୋଧ ,୧୨ ନମ୍ବର ୱାର୍ଡ ବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ବିଦେଶୀ ମଦ ଦୋକାନକୁ ୱାର୍ଡ ବାସୀ ବାସିନ୍ଦା ମାନେ ତୀବ୍ର ବିରୋଧ କରିଛନ୍ତି ।ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ଜଣାପଡିଛି ।

ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ମୀନା ବଜାରରେ ଏକ ବିଦେଶୀ ମଦ ଦୋକାନ ରହିଛି । ସ୍ଥାନୀୟ ଲୋକମାନଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଅବକାରୀ ବିଭାଗ ତରଫରୁ ଏହି ମଦ ଦୋକାନ ଚାଲୁରହିଥିବା ବେଳେ୨୫୮୪/୧୪.୧୧.୨୨ରେ ମଦ ଦୋକାନ ଲାଇସେନ୍ସ ନବୀକରଣ ପାଇଁ ସାଧାରଣ ଲୋକଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଉଛି ।

ମୀନା ବଜାରରେ ଥିବା ଵିଷ୍ଣୁ ଚରଣ ସାହୁଙ୍କର ମଦ ଦୋକାନ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଏକ ଜନଗହଳି ସ୍ଥାନରେ ମଦ ଦୋକାନ ହୋଇଥିବା ବେଳେ ମଦ ଦୋକାନ ନିକଟରେ ତାରିଣୀ ମନ୍ଦିର,ରାଧାକୃଷ୍ଣ ମନ୍ଦିର,ଲକ୍ଷ୍ମୀ ମନ୍ଦିର,ଜଗନ୍ନାଥ ମନ୍ଦିର ସହିତ
ସେ ଜାଭିୟର ବିଦ୍ୟାଳୟ,ସରକାରୀ ବାଳିକା ବିଦ୍ୟାଳୟ ରହିଛି । ଫଳରେ ଏହି ମଦ କୋଦାନକୁ ସ୍ଥାନୀୟ ବାସୀନ୍ଦା ମାନେ
ତିବ୍ର ବିରୋଧ କରୁଥିଲେ ମଧ୍ୟ ଏହାକୁ ବନ୍ଦ କରାଯାଉ ନାହିଁ ।

ଏହି ରାସ୍ତାଦେଇ ଯାଉଥିବା ଛାତ୍ରଛାତ୍ରୀ,ମହିଳା ମାନେ ଅନେକସମୟରେ ମଦ୍ୟପ ମାନଙ୍କର ଉତ୍ପାତରେ ଅତିଷ୍ଠ ହେଉଛନ୍ତି । ସନ୍ଧ୍ୟା ସମୟରେ ରାସ୍ତାରେ ଯାତାୟତ କରିବା ମଧ୍ୟ କଷ୍ଟକର ହୋଇପଡୁଛି । ଦୋକାନ ସମ୍ମୁଖରେ ମଦ୍ୟପ ଏବଂ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡା ଜମିବା ସହିତ ଅସାମାଜିକ କାର୍ଯ୍ୟକଳାପ ହେଉଛି ।

ଏହାକୁ ବିରୋଧ କରି ୧୨ ନମ୍ବର ୱାର୍ଡରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି । ଏହାକୁ ନେଇ ସ୍ମିତା ପ୍ରୀୟଦର୍ଶିନୀ ଷଢଙ୍ଗୀ,ମମତା ଦଳେଇ,ରାଜଶ୍ରୀ ଦଳେଇ,ଶ୍ୟାମପ୍ରସାଦ ଦାଶ,ଦେବବ୍ରତ ପଟ୍ଟନାୟକ,ପାର୍ଥ ସାରଥୀ ମହକଡୁ ଙ୍କ ସହିତ ଅନ୍ୟମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!