News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ଶିକ୍ଷାଧିକାରୀଙ୍କ ବିଚିତ୍ର ନିତୀ ,ମୃତ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବିଚିତ୍ର ନିତୀ ଦେଖିବାକୁ ମିଳିଛି । ଜଣେ ମୃତ୍ୟୁ ବରଣ କରିଥିବା ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିବା ସହିତ ତାଙ୍କର ସମ୍ପତି ତାଲିକା ପ୍ରଦାନକରିବାକୁ ନିର୍ଦ୍ଦେଶ
ଦିଆଯାଇଥିବାର ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟ।ଳୟ ତରଫରୁ ପତ୍ର ସଂଖ୍ୟା୧୭୩୩୪/୧୪.୧୨.୨୦୨୨ଅନୁସାରେ
ସହକାରୀ ଶିକ୍ଷକ ମାନଙ୍କୁ ଲେବଲ-ଭି(ଏ)କ୍ୟାଡରକୁ ପ୍ରମୋସନ ଦେବାପାଇଁ ଜିଲ୍ଳାରେ ଥିବା ସମସ୍ତ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡାପଡା ବ୍ଲକ ସିମିନଈ ପଞ୍ଚାୟତ ଅଙ୍କରାନ୍ତିପୁର ୟୁଜିଏଚଏସରେ କାର୍ଯ୍ୟ କରୁଥିବା ମମତା ସାହୁଙ୍କୁ ମଧ୍ୟ ସାମିଲ କରାଯିବା ସହିତ ତାଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଇଓ ମାନେ ସହାକାରୀ ଶିକ୍ଷକ ଲେବଲ୫(ଏ)ରୁ ଜିଲ୍ଳାରେ ବରିଷ୍ଠ ଶିକ୍ଷକ ଲେବଲ(ବି)ପଦୋନ୍ନତି ପାଇଁ ବ୍ୟବସ୍ଥାକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଗତ ୫ବର୍ଷର ସିସିଆର ଦେଖିବା ସହିତ ସମ୍ପତି ତାଲିକା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଚଆରଏମଏସରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମ୍ପତି ତାଲିକା ଦିଆଯାଇନଥିବାର ମଧ୍ୟ ଉଲ୍ଲେଖ ରହିଛି ।ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତଙ୍କର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶ ଥାଉକି ଅଙ୍କରାନ୍ତିପୁର ସରକାରୀ ୟୁଚିଏଚଏସ ବିଦ୍ୟାଳୟରେ କାର୍ଯ୍ୟକରୁଥିବା ମମତା ସାହୁଙ୍କର ଗତ ଅଗଷ୍ଟ ମାସ୨୨ ତାରିଖରେ ହୃଦଘାତ ଯୋଗୁ ମୃତ୍ୟୁ ଘଟିଥିଲା । ମୃତ୍ୟୁ ହେବାର ଚାରିମାସ ବିତିଯାଇଥିବା ବଳେ ବର୍ତ୍ତମାନ ତାଙ୍କୁ ପଦୋନ୍ନତି ଦେବାକୁ ପତ୍ରରେ ଉଲ୍ଲେଖ ରହିଥିବା ବେଳେ ତାଙ୍କର ମଧ୍ୟ ସମ୍ପତି ତାଲିକା ଦେବାକୁ ନିର୍ଦ୍ଦେଶ ହୋଇଛି ।ଏଭଳି ପରିସ୍ଥିତିରେ ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟରେ କଣ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

new life
You might also like
error: Content is protected !!