News
WhatsApp Image 2023-10-04 at 17.25.00
samparksetu

ଓଡିଶା ସ୍କିଲ କନକ୍ଲେଭ ପାଇଁ ୪୨ଜଣ ସଦସ୍ୟଙ୍କ ଭୁବନେଶ୍ୱର ଯାତ୍ରା

ଢେଙ୍କାନାଳ ଜିଲ୍ଲାର ବର୍ଗର ୪୨ ଜଣ ସଦସ୍ୟଙ୍କୁ ନେଇ ଓଡିଶା ସ୍କିଲ କନକ୍ଲେଭରେ ଯୋଗଦେବାକୁ ଭୁବନେଶ୍ୱର ଯାତ୍ରା କରିଥିବାର ଜଣାପଡିଛି । ବୁଧବାର ଦିନ ଜିଲ୍ଲାରର ୧୦ଜଣ ଛାତ୍ରଛାତ୍ରୀ ,୧୦
ଜଣ ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀ ,୧୦ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ,୨ ଜଣ ଓଏସଡିଏ ପିଏଲଟିପି ରୋଲ ମଡେଲଙ୍କୁ ନେଇ ଏକ ବସରେ ମୋଟ ୪୨ ଜଣ ସଦସ୍ୟ ଭୁବନେଶ୍ୱର କଳିଙ୍ଗ
ଷ୍ଟାଡିୟମ ଠାରେ ହେବାକୁ ଥିବା ଓଡିଶା କନକ୍ଲେଭ କୁ ଯାତ୍ରା କରିଛନ୍ତି । ଏହି ଅଵସରରେ ନୋଡାଲ ଅଫିସର ଲିଙ୍କନ ମହାନ୍ତିଙ୍କ ସହିତ ଜିଲ୍ଲା ନିୟୋଜନ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଅପରାହ୍ନରେ ବସଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଜିଲ୍ଳାପାଳ ସରୋଜ କୁମାର ସେଠୀ , ଜିଲ୍ଲା
ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱ।ନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର,ରମେଶ ଚନ୍ଦ୍ର ସେଠୀଙ୍କ ସହିତ ବଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି କନକ୍ଲେଭ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।

new life
You might also like
error: Content is protected !!