News
WhatsApp Image 2023-10-04 at 17.25.00
samparksetu

ପାନ ବ୍ୟବସାୟୀଙ୍କୁ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ୩ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ରାସ୍ତାର ଲୁଟ ଘଟଣାରେ ପୋଲିସ ମୁଖ୍ୟ ଅପରାଧୀକୁ ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲ କଲେଜରୁ ଚିକିତ୍ସାଧିନ ଅବସ୍ଥାରେ ଗିରଫ କରିଛି ।

ଅନ୍ୟ ତିନି ଅପରାଧୀଙ୍କୁ ଦଦରାଘାଟି କଲୋନୀରୁ ଗରିଫ କରି କୋର୍ଟ ଚାଲାଣ କରିଛି । ମେଣ୍ଢାପଦା ଗ୍ରାମର ଜୟକୃଷ୍ଣ ସାହୁଙ୍କ ପୁଅ ଅଭୟ ସାହୁ ପାନ ମସଲା ବ୍ୟବସାୟ କରନ୍ତି । ଗତ ୨୪ ତାରଖି ମଙ୍ଗଳବାର ଦିନ ଭାଲୁ ମୁଣ୍ଡା ହାଟକୁ ଯାଇ ଅପରାହ୍ନ ସାଢେ ଗୋଟାଏ ସମୟରେ ଏକ ଅଟୋରେ ଘରକୁ ଫେରୁଥିଲେ ।

ମେଣ୍ଢାପଦା ରାସ୍ତାର ଗଣ୍ଠି ତଳେ ଥିବା ଏକ ନିଛାଟିଆ ରାସ୍ତାରେ ହଠାତ୍ ୩ ଜଣ ଯୁବକ ଏକ ପଲସର ମୋଟର ସାଇକେଲରେ ଆସି ଅଟୋକୁ ଅଟକାଇଥିଲେ । ଅଟୋ ଅଟକିବା ମାତ୍ରେ ସେମାନେ ଅଭୟଙ୍କୁ ଅଟୋରୁ ଟାଣି ଆଣି ଟଙ୍କା ଓ ମୋବାଇଲ ଛଡାଇବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ଉଭୟ ଙ୍କ ମଧ୍ୟରେ ଧସ୍ତା ଧସ୍ତି ହେବାରୁ ଯୁବକଙ୍କ ନିକଟରେ ଥିବା ଏକ ବୋମା ଫୁଟିଯାଇଥିଲା ।

ଫଳରେ ଜଣେ ଯୁବକଙ୍କ ଗୋଡରେ ଶକ୍ତ ଆଘାତ ଲାଗିବା ସହିତ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ସେମାନେ
ବ୍ୟବସାୟୀଙ୍କ ଠାରୁ ୮ହଜାର ଟଙ୍କା ଓ ମୋବାଇଲ ନେଇ ଫେରାର ହୋଇଯାଇଥିଲେ ।ଏହି ଘଟଣାରେ ପରଜଙ୍ଗ ଥାନାରେ
୩୨୪/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।

ଏହି ଘଟଣା ପରେ ଗୁରୁତର ଭାବରେ ଆହତ ହୋଇଥିବା ଡକାୟତ
ପରଜଙ୍ଗ ଥାନା କଷ୍ଟିବେଡା ଗ୍ରାମର ଡକାୟତ ବବଲୁ ଓରଫ ସୁବରାଜ ନାଏକ କଟକର ଏସସିବିରେ ଚିକିତ୍ସା ହେଉଥିବାର
ଖବର ପାଇ ସେଠାରୁ ତାଙ୍କୁ ଗିରଫ କରିଥିବାର ଜଣାପଡିଛି ।

ନିଜ ବୋମା ଫିଙ୍ଗିବା ବେଳେ ସେ ନିଜେ ଆହତ ହୋଇ
ସେହିଦିନ ଠାରୁ ସେ ଲୁଚି କଟକରେ ଚିକିତ୍ସିତ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ତାଙ୍କୁ ଗିରଫ କରିବା
ସହିତ ଜେଲ ହାଜତକୁ ନେଇଥିବାର ଜଣାପଡିଛି ।

ସେ ତିନୋଟି ଡକାୟତି ମାମଲାରେ ଜଡିତ ଥିବା ବେଳେ ପରଜଙ୍ଗ
ଜେଏମଏଫସି ଅଦାଲତରେ ୩ଟି ଜାମିନ ବିହିନ ପରୱାନା ଓ ତାଳଚେର ଏସଡିଜେଏମଙ୍କ ଅଦାଲତରେ ଜାରି
କରାଯାଇଥିଲା । ଏହି ଘଟଣାରେ ଅନ୍ୟ ତିନି ଜଣ ଅପରାଧୀ ଦଦରାଘାଟି ଫାଣ୍ଡି ଆଖୁଆପାଳ ୩ ନଂ କଲୋନୀ ରଞ୍ଜିତ
ନାଏକ,ପ୍ରଭାତ କୁମାର ନାଏକ ଏବଂ କଷ୍ଟିନେଡା ଗ୍ରାମବର ସମୀର ନାଏକଙ୍କୁ ମଧ୍ୟ ଗିରଫ କରିଛନ୍ତି ।ସମସ୍ତଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି ।

new life
You might also like
error: Content is protected !!