News
WhatsApp Image 2023-10-04 at 17.25.00
samparksetu

୧୦ଟି ପଞ୍ଚାୟତର ବୁଦ୍ଧିଜିିବୀଙ୍କୁ ନେଇ ଜଗନ୍ନାଥ ଆଞ୍ଚଳିକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଚାଉଳିଆ ପଞ୍ଚାୟତ ଖମାର ଶନି ମନ୍ଦିର ଠାରେ ଆଜି ୧୦ଟି ପଞ୍ଚାୟତ ଶୋଗରପଶି ,ଚାଉଳିଆ ,ବଣସିଙ୍ଗ, ରାଧାଦେଇପୁର, ନୂଆଗାଁ, ତରଭା, ଶାଙ୍କୁଲେଇ, ଶୁଆଖାଇକାଟେଣୀ ,ଗେଙ୍ଗୁଟିଆ ଓ ବାରଦା ପଞ୍ଚାୟତର ବୁଦ୍ଧିଜୀବି ମାନଙ୍କୁ ନେଇ ଜଗନ୍ନାଥ ଆଞ୍ଚଳିକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବିଶିଷ୍ଟ ସମାଜସେବୀ ବୈକୁଣ୍ଠ ନାଥ ଦେହୁରୀ ବୈଠକରେ ସଭା ପତିତ୍ୱ କରିଥିଲେ। ସମାଜସେବୀ ବିରାଟ ରାଜ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଶିଷ୍ଟ ମହିଳା ସମାଜସେବୀ ଉର୍ମିଳା ଦାସ, ସମାଜସେବୀ ଶ୍ୱେତ ମହାନ୍ତି, କମ୍ୟୁନିଷ୍ଟ ନେତା ରବି ରଥ,ଅବସରପ୍ରାପ୍ତ ସୈନିକ ଦୁର୍ଯ୍ୟୋଧନ ରାଉତ, ପୋଲିସ ଅଧିକାରୀ ବ୍ରହ୍ମାନନ୍ଦ ନାୟକ ମଞ୍ଚାସୀନ ହୋଇ ଅଞ୍ଚଳର ୧୦ଟି ପଞ୍ଚାୟତର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବା ସହିତ ସମସ୍ତେ ଏକଜୁଟ ହେବା ପାଇଁ ପ୍ରସ୍ତାବ ଦେଇଥିଲେ।

ସମ୍ପାଦକ ବିପିନ ବରାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଏହି ଅଞ୍ଚଳରେ ମୂଖ୍ୟ ସମସ୍ୟା ଉପସ୍ଥାପନ କରି ଏ ଅଞ୍ଚଳରେ ଗୋଟିଏ ମହାବିଦ୍ୟାଳୟ, ଗୋଟିଏ ଶୀତଳଭଣ୍ଡାର,ଗୋଟିଏ ଜାତୀୟ କରଣ ବ୍ୟାଙ୍କ ଓ ଗୋଟିଏ ପ୍ରାଥମିକ କୃଷି ସେବାସମବାୟ ସମିତିର ଆବଶ୍ୟକତା ଥିବା କହିଥିଲେ ।

ଏଥିପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବାପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଉର୍ମିଳା ଦାସ ମହିଳା ମାନଙ୍କ ସୁରକ୍ଷା ଓ ଅଧିକାର ପାଇଁଁ ଏହି କମିଟି କାର୍ଯ୍ୟ କରିବ ବୋଲି କହିଥିଲେ । ଏହି ଅବସରରେ ଶତାୟୁ ସମାଜସେବୀ ବୈଷ୍ଣବ ଦେହୁରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। କମିଟିର କୋଷାଧ୍ୟକ୍ଷ କାମାକ୍ଷାପ୍ରସାଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

new life
You might also like
error: Content is protected !!