News
WhatsApp Image 2023-10-04 at 17.25.00
samparksetu

ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ ଗିରଫ

ଧଳାନିଶା କବଳରେ ଢେଙ୍କାନାଳ ଯୁବଗୋଷ୍ଠି କିଏ ଖାଉଛି, କିଏ ବିକୁଛି, ତକିଏ ଖାଇବା ପାଇଁ ପଇସା ନଥିବାରୁ ଚୋରୀ କରୁଛି । ସବୁରୀ ମୂଳରେ ବ୍ୟାବସାୟୀ, ଯୁବଗୋଷ୍ଠୀ ଙ୍କୁ ନିଶାସକ୍ତ କରାଇ ବେସ୍ ପଇସା ଆଦାୟ କରୁଛନ୍ତି । ଏଭଳି ଏକ ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ (୨୯) କୁ ଗିରଫ କରିଛି ଢେଙ୍କାନାଳ ଢେଙ୍କାନାଳ ଅବକାରୀ ବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ ,ପିଣ୍ଟୁ ବହୁ ଦିନ ହେବ ବ୍ରାଉନ ସୁଗାର ବ୍ୟବସାୟ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲା । ଏପରିକି ଶାମାଚରଣପୁର , ଆନନ୍ଦନଗର ଅଞ୍ଚଳରରେ ନୂଆ ଗରାଖ ତିଆରି କରୁଥିଲା । ଆଇପିଏଲ ଅଞ୍ଚଳରେ ଜଣଙ୍କୁ ବ୍ରାଉନ ସୁଗାର ବିକିବା ବେଳେ ପିଣ୍ଟୁ କୁ ମାଡି ବସିଥିଲା ଅବକାରୀ ବିଭାଗ କର୍ମଚାରୀ । ତେବେ ଏହି କେସ୍ ରେ ଆଉ କିଏ ଲିପ୍ତ ଅଛନ୍ତି ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଅବିକାରୀ ବିଭାଗ ।

new life
You might also like
error: Content is protected !!