ଜାତୀୟ ରାଜପଥ ୫୩ ଟିପିଲେଇ ଛକରେ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ମହିଳା ଗୁରୁତର ଅହତ ହୋଇଥିଲେ,ସି ତାଙ୍କୁ ପ୍ରଥମେ ଭୁବନ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ବମୁଆଁ ଗ୍ରାମର ମହରଗୀ ପାତ୍ରଙ୍କ ସ୍ତ୍ରୀ ସୁମିତ୍ରା ପାତ୍ର (୪୫)। ସେ ତାଙ୍କ ଗାଁକୁ ଯିବାକୁ ଟିପିଲେଇ ରାସ୍ତା ପାର ହେଉଥିବା ସମୟରେ କାମାକ୍ଷାନଗର ପଟରୁ ଦ୍ରୁତଗତିରେ ଯାଉଥିବା ଗାଡି ଧକ୍କା ଦେଇଥିଲା। ଭୁବନ ପୁଲିସ ଏନେଇ ଭୁବନ ଥାନାରେ ମାମଲା ଏକ ମାମଲା ରୁଜୁ କରିଛି।