News
WhatsApp Image 2023-10-04 at 17.25.00
samparksetu

ନିମିଧା ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ;ମାଗଣା ଔଷଧ ଏବଂ ଚଷମା ବଣ୍ଟନ

ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନିମିଧା ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ତା- ୦୪.୧୨.୨୦୨୧ ରିଖରେ ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଉତ୍ସବରେ ସମ୍ନାନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ଭି ରାମକୃଷ୍ଣ, ଶ୍ରୀଯୁକ୍ତ ରାଧେଶ୍ୟାମ୍ ସିଂ, ଏସ୍‌.କେ.ଏମ୍‌. ହୁସେନ୍‌, ସରପଞ୍ଚ ଶ୍ରୀମତୀ ସାଗରିକା ବେହେରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଦିତ୍ୟ କୁମାର ମହାପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।

ଶୋଭା ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉଦୟେନ୍ଦୁ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ଶୋଭା ତରଫରୁ ଶ୍ରୀଯୁକ୍ତ ରବିନାରାୟଣ ଷଡଙ୍ଗୀ ଧନ୍ୟବାଦ୍ ଅପର୍ଣ କରିଥିଲେ । ଉକ୍ତ ଶିବିରରେ ରକ୍ତ ଶର୍କରା, ରକ୍ତଚାପ, ହିମୋଗ୍ଲୋବିନ୍ , ବ୍ଲଡ୍ ଗ୍ରୁପିଂ , ମ୍ୟାଲେରିଆ ଇତ୍ୟାଦି ନିଶୁକ୍ଲ ଯାଂଚ କରାଯାଇ ସ୍ତ୍ରୀ ରୋଗ , ଶିଶୁ , ଭେଷଜ, ହୋମିଓ ପ୍ୟାଥିକ୍ ତଥା ଭୌତିକ ଚିକିତ୍ସା ବିଭାଗରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଯୋଗେଶ୍ୱର ମୁଳିଆ, ଡାକ୍ତର ସୁନିତା ବେହେରା, ଡାକ୍ତର ରେକେଶ ଜେନା, ଡାକ୍ତର ମାନସ ରଞ୍ଜନ ଦାସ, କୁମାରୀ ଇନା ମହାନ୍ତିଙ୍କ ଦ୍ୱାରା ୬୮ ଜଣ ସ୍ତ୍ରୀ ରୋଗ , ୪୭ ଜଣ ଶିଶୁ , ୧୮୫ ଭେଷଜ , ୧୨୨ ଜଣ ହୋମିଓ ପ୍ୟାଥିକ୍‌, ୨୯ ଜଣ ଭୌତିକ ଚିକିତ୍ସା, ସମୁଦାୟ ୫୩୬ ଜଣଙ୍କୁ ମାଗଣା ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା ଏବଂ ଆବଶ୍ୟକ ଔଷଧ ଓ ୮୫ ଜଣଙ୍କୁ ଚଷମା ସମ୍ପୂଣ୍ଣ ମାଗଣାରେ ବଣ୍ଟନ କରାଯାଇଥିଲା ।

ଫାର୍ମାସିଷ୍ଟ ଶ୍ରୀ କମଳେଶ୍ୱର ନାୟକ, ଶ୍ରୀ ଅମିତ୍ କୁମାର ସାହୁ, ଏଲ୍‌ଟି, ଷ୍ଟାପ୍ ନର୍ସ କୁମାରୀ ପ୍ରିତୀ ପ୍ରିୟଦର୍ଶନୀ ରାଉତ ଯୋଗଦେଇ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲେ । ଏହି ଅବସରରେ ସଖୀ ଏବଂ ଚାଇଲ୍ଡଲାଇନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା ।

new life
You might also like
error: Content is protected !!