News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା , ଚିକିତ୍ସିତ ହେଉଛନ୍ତି ଜଳଉଦର ରେ ପୀଡିତ ରୁଦ୍ର

ନିଷ୍ପାପ ଶିଶୁ ରୁଦ୍ର ନାରାୟଣ, ଘର ଭୁବନ ୯ନମ୍ବର ୱାର୍ଡ ର ଦିନମଜୁରିଆ ଯୁଧିଷ୍ଠିର ସାହୁ ଙ୍କ ପୁଅ । ବୟସ ତାର ଧୂଳି ଖେଳିବା , ହେଲେ ଖେଳରେ ତାର ବାନ୍ଧି ହୋଇ ଯାଇଚି ଡୋରି । ଭୁବନ ଶାସନ ନୋଡାଲ ସ୍କୁଲରେ ତୃତୀୟ ଶ୍ରେଣିରେ ପାଠ ପଢୁଛି । ହେଲେ ପ୍ରାୟ ବର୍ଷେ ହେବ ସ୍କୁଲ ଦୁଆର ମୁହ ମାଡି ନାହିଁ, କାରଣ କୋମଳ ଶିଶୁଟି ଅସହ୍ଯ ଦୁରାରୋଗ୍ୟ ରେ ପୀଡିତ, ନା ଶୋଇ ପାରୁଛି ନା ବସି ପାରୁଛି l ଏପରି ସ୍ଥଳେ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

ଏହି ଖବର ଆମେ ପ୍ରସାରଣ ହେଲା ପରେ ନେହେରୁ ଯୁବକେନ୍ଦ୍ର ଢେଙ୍କାନାଳ ଏବଂ କେଉଁଝର ସମାଜସେବୀ ମହାସଂଘ ର ସହାୟତାରେ ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟ ରେ ତାଙ୍କର ଚିକିତ୍ସା ଚାଳିଛି ।

new life
You might also like
error: Content is protected !!