News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲ ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରିଲେ ଚାଷୀ, ଧାନ ମଣ୍ଡିରେ ଧାନ ବିକ୍ରି କରି ନପାରି ଅସନ୍ତୁଷ୍ଟ

ଟୋକନ ବ୍ୟବସ୍ଥାରେ ଅନିୟମିତତା ଯୋଗୁଁ ଚାଷୀମାନେ ସଠିକ୍ ସମୟରେ ମଣ୍ଡିରେ ଧାନ ଦେଇ ପାରୁ ନଥିବା ଅଭିଯୋଗ ଜିଲ୍ଲାର କୋଣଅନୁକୋଣରୁ ଆସୁଛି। ପୂର୍ବରୁ ଆମେ ଏ ସମ୍ପର୍କରେ ଖବର ପ୍ରକାଶ କରିଥିଲୁ। ଆଜି ଏହି ପରି ଅଭିଯୋଗ କରିଛନ୍ତି କାମାକ୍ଷାନଗର ବ୍ଲକ କୁସୁମ ଯୋଡ଼ି ସେବା ସମବାୟ ସମିତିରେ ପଞ୍ଜିକୃତ କରିଥିବା ଚାଷୀ। ଟୋକନ ନମ୍ବର ମିଳିବାର ଅନେକ ଦିନ ପରେ ଧାନ ବିକ୍ରି କରି ପାରୁ ନାହାଁନ୍ତି। ସୂଚନା ଥାଉ କି ଚାଷୀଙ୍କର ଟୋକନ ମାସେ ପୂରଣ ହେଲେ କଟିଯିବ। ଫେବୃଆରୀ ମାସ ଶେଷ ସୁଦ୍ଧା ମଣ୍ଡି ବନ୍ଦ ହେବାର ସମ୍ଭାବନାକୁ ଆଖି ଆଗରେ ରଖି ଅନେକ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବାକୁ ପଡିବ। ଏହାର ପ୍ରତିକାର ନକଲେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି।

ଆଜି ଏହି ସମବାୟ ସମିତି ଅଧିନରେ ପଞ୍ଜିକୃତ କରିଥିବା ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଧାରଣାରେ ବସିଥିଲେ। ପର୍ଶୁରାମ ମହାଭୋଇ, ଦେବାନନ୍ଦ ହୋତା, ଅଭିମନ୍ୟୁ ସେଠୀ, ଜନ୍ମେଜୟ ସାହୁ, ମନୋରଞ୍ଜନ ସାହୁ, ସନ୍ୟାସୀ ବିଶ୍ୱାଳ, ସତ୍ୟନନ୍ଦ ସାହୁ ପ୍ରମୁଖ ଚାଷୀ ମାନଙ୍କ ବ୍ୟତୀତ ଅନେକ ଚାଷୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉପସ୍ଥିତ ସମାଜସେବୀ ତଥା ଆମ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଶ୍ରୀ ପଙ୍କଜ କୁମାର ନାୟକ ଚେତାବନୀ ଦେଇଛନ୍ତି।

new life
You might also like
error: Content is protected !!