News
WhatsApp Image 2023-10-04 at 17.25.00
samparksetu

ମାନସିକ ରୋଗୀ ମାନଙ୍କ ପାଇଁ ନିୟୋଜିତ ଭ୍ରାମ୍ୟମାଣ ଗାଡି ଖତ ଖାଉଛି ; ସହରରେ ବୁଲୁଛନ୍ତି ପନ୍ଦରରୁ ଅଧିକ ମାନସିକ ବିକୃତ ମହିଳା ଓ ପୁରୁଷ

ଢେଙ୍କାନାଳ ସହରରେ ମାନସିକ ବିକୃତ ବ୍ୟକ୍ତି ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି l ଗତକାଲି ରବିବାର ସନ୍ଧ୍ୟା ୮ ଟା ସମୟରେ ସମାଜସେବୀ ଶ୍ରୀ ପଙ୍କଜ ନାୟକ ଜଣେ ସାମାନ୍ୟ ମସ୍ତିଷ୍କ ବିକୃତ ମହିଳା ସ୍ଥାନୀୟ ଜବାହର ଚୌକ ଠାରେ ବସିଥିବାର ଦେଖି ତା ସମ୍ପର୍କ ରେ ପଚରାଉଚୁରା କରିଥିଲେ l

ସେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସଦର ତହସିଲଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇଥିଲେ l ସୋସିଆଲ ମେଡିଆରେ ମଧ୍ୟ ଜଣାଇଥିଲେ l ଦୁଇ ଘଣ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳିନଥିଲା l

ଶେଷରେ କିଛି ସାମାଜିକ କର୍ମୀ ମାନଙ୍କ ସହିତ ମିଶି ସେ ମହିଳାଙ୍କୁ ଏକ ଅଟୋରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ l

ଏଠି ପ୍ରଶ୍ନ ଉଠୁଛି ସରକାର ଏହି ବିଭାଗରେ ଅଧିକାରୀ ମାନଙ୍କୁ କାହିଁକି ନିଯୁକ୍ତି ଦେଇଛନ୍ତି ? ଲକ୍ଷ ଲକ୍ଷ ଟଙ୍କା ମାସିକ ଦରମା ନେଉଛନ୍ତି l

ଜିଲ୍ଲାରେ ଦୁଇ’ଦୁଇ ଜଣ ସମାଜ ମଙ୍ଗଳ ଅଧିକାରୀ ବସିଛନ୍ତି ବୋଲି ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା l ଢେଙ୍କାନାଳ ଜିଲ୍ଲାରେ ମାନସିକ ରୋଗୀ ମାନଙ୍କ ପାଇଁ ଏକ ଭ୍ରାମ୍ୟମାଣ ଗାଡି ନିୟୋଜିତ ହୋଇଛି ।

ଏବେ ଢେଙ୍କାନାଳ ସହରରେ ପ୍ରାୟ ପନ୍ଦରରୁ ଅଧିକ ମାନସିକ ବିକୃତ ମହିଳା ଓ ପୁରୁଷ ନିର୍ଦୟ ଭାବେ ବୁଲୁଛନ୍ତି l କାହାର ଦେହରେ କପଡା ନାହିଁତ କିଏ ମାନସିକ ବିକାର କରୁଛି l ଶୀତ, ବର୍ଷା ଓ ଖରା ରେ ସେମାନେ କାହା ବାରଣ୍ଡାରେ କିମ୍ବା ମନ୍ଦିର ବେଢାରେ ଦିନରାତି ଏକ କରୁଛନ୍ତି l ପେଟକୁ ଦାନା ନାହିଁ କି ଶରୀରକୁ କନା ନାହିଁ l ଢେଙ୍କାନାଳ ସହର ତଥା ଗାଁ ଗହଳରେ ବୁଲୁଥିବା ମସ୍ତିଷ୍କ ବିକୃତ ବ୍ୟକ୍ତି ମାନଙ୍କର ତୁରନ୍ତ ଥଇଥାନ କରିବାପାଇଁ ଶ୍ରୀ ନାୟକ ଦାବି କରିଛନ୍ତି l

new life
You might also like
error: Content is protected !!