News
WhatsApp Image 2023-10-04 at 17.25.00
samparksetu

ଆପ୍ ରାଜ୍ୟ ଆବାହକଙ୍କ ଢେଙ୍କାନାଳ ଗସ୍ତ

ଆମ୍ ଆଦମୀ ପାର୍ଟି ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଦୀର୍ଘ ଦଶ ଦିନ ହେଲା ପଶ୍ଚିମ ଓଡ଼ିଶା ଗସ୍ତ କରିବାପରେ ଢେଙ୍କାନାଳ ଠାରେ ଜିଲ୍ଲା କର୍ମୀ ମାନଙ୍କର ସ୍ୱାଗତ ଏବଂ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଏକ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲା ଆବାହକ ପଙ୍କଜ ନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ ।

ବରିଷ୍ଠ ଆଇନଜୀବୀ ଅକ୍ଷୟ ମହାନ୍ତି ଏବଂ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇ ରାଜ୍ୟ ସଭାପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଲିଗାଲ ସେଲ ସମ୍ପାଦକ ଆଇନଜୀବୀ ଶାନ୍ତନୁ ରାଉତ, ଆଇଟି ସେଲ ପ୍ରଭାରୀ ଭୋଜରାଜ ସାହୁ, ଓଡାପଡା ବ୍ଲକ ଅଧ୍ୟକ୍ଷ ରମେଶ ପଣ୍ଡା, ଦେବାନନ୍ଦ ହୋତା, ଅଭିରାମ ସେଠୀ, ମହୁର ସାହୁ, ବିନୋଦ ମଲିକ, କାମାକ୍ଷା ବେହେରା, ଦୀନବନ୍ଧୁ ସେନାପତି, ଛାତ୍ର ପ୍ରମୁଖ ବିଶ୍ୱଜିତ ବରାଳ, ରାଜୀବ କର ପ୍ରମୁଖ ଯୋଗଦେଇ ପୌର ନିର୍ବାଚନ ଉପରେ ରାଜ୍ୟ ସଭାପତିଙ୍କ ସହିତ ଆଲୋଚନା କରିଥିଲେ ।

ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ଓ ଓଡାପଡା ବ୍ଲକ ଉପସଭାପତି ଲକ୍ଷ୍ମଣ ନାଏକ ଙ୍କ ସହିତ ଅନେକ କର୍ମୀ କଣ୍ଟାବଣିଆ ଠାରେ ରାଜ୍ୟ ସଭାପତିଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ ।

new life
You might also like
error: Content is protected !!