News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡ ରେ ଦୁଇଟି ବାଇକ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

କାମାକ୍ଷାନଗର ବ୍ଲକ ଆଲୁଅଝରଣ ଗାଁ ରେ ଅଗ୍ନିକାଣ୍ଡ। ଦୁଇଟି ବାଇକ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଗାଁର ଜୟନ୍ତ ଜେନା ଓ ନୃସିଂହ ଜେନାଙ୍କ ସମ୍ପୂର୍ଣ୍ଣ ଘର ପାଉଁଶ ହୋଇଯାଇଥିଲା ବେଳେ ଗାଁ ଲୋକଙ୍କ ଦ୍ୱାରା ଅଗ୍ନିକାଣ୍ଡର ଆୟତ କରାଯାଇଛି । ଅଗ୍ନିକାଣ୍ଡରେ ଉଭୟ ପରିବାରର ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ସହ ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଛି। ନୃସିଂହ ଜେନାଙ୍କର ତିନି ବଖରା ଓ ଜୟନ୍ତଙ୍କର ଦୁଇ ବଖରା ଘର ପୋଡି ଯାଇଅଛି।

କାମାକ୍ଷାନଗର ଅଗ୍ନିଶମ ବିଭାଗକୁ ଜଣାଇବା ପରେ ସୁଧା ଗାଡ଼ି ପହଁଞ୍ଚି ପାରି ନାହିଁ। ସେମାନେ କଙ୍କଡ଼ାହାଡ଼ ଯାଇଥିବାରୁ ଆସି ପାରି ନାହାଁନ୍ତି। ସୂଚନା ଥାଉ କି ଦୀର୍ଘ ଚାରି ବର୍ଷ ହେଲା ପଣ୍ଡୁଆ ନିକଟରେ ଅଗ୍ନିଶମ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମତି ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ସ୍ଥାପନ କରାଯାଇ ନାହିଁ। ସ୍ଥାନ ନିରୂପଣ ବିବାଦ ଯୋଗୁଁ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରାଯାଇ ପାରୁ ନଥିବା ଯୋଗୁଁ ଅନେକ ଘର ପୋଡ଼ି ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହେଉଛି। ଏହି କେନ୍ଦ୍ର ତୁରନ୍ତ ସ୍ଥାପନ ପାଇଁ ଦାବି ଉଠୁଛି ହେଲେ ମନ୍ତ୍ରୀଙ୍କ ଚାପ ଯୋଗୁଁ ସ୍ଥାନ ନିରୂପଣ ହୋଇପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

new life
You might also like
error: Content is protected !!