News
WhatsApp Image 2023-10-04 at 17.25.00
samparksetu

ପାନୀୟଜଳ ଯୋଗାଣ ଷ୍ଟାଣ୍ଡପୋଷ୍ଟ ଭଙ୍ଗାରୁଜା ପାଇଁ ପଞ୍ଚାୟତବାସୀ ବିଡ଼ିଓଙ୍କ ଦ୍ବାରସ୍ଥ

ପାନୀୟଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଭୁବନ ବ୍ଲକର ଯମୁନାକୋଟ ପଞ୍ଚାୟତରେ ବ୍ଯତିକ୍ରମ ଯୋଗୁଁ ପଞ୍ଚାୟତବାସୀ ଭୁବନ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ ୨୦୦୮-୦୯ ମସିହାରେ ଏହି ପଞ୍ଚାୟତକୁ ପାନୀୟଜଳ ଯୋଗାଇ ଦେବାକୁ ସ୍ବଜଳଧାରା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଲୋକ ଚାରି ମାସ ଏଥିରେ ଉପକୃତ ହେବା ପରେ ଜଳଯୋଗାଣ ବନ୍ଦ ହୋଇଯାଇଥିଲା। ନିମ୍ନମାନର କାମ ପାଇଁ ପାଣି ଯୋଗାଇବା ସମ୍ଭବ ହୋଇନଥିଲା।

ଏ ପଞ୍ଚାୟତର ଲୋକେ ସାଧାରଣତଃ ନଳକୂପ ଉପରେ ପାଣି ପାଇଁ ନିର୍ଭର କରିଥାନ୍ତି। ଖରାଦିନେ ପାଣିର ସମସ୍ୟା ଅଧିକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।ତେବେ ବହୁତ ବର୍ଷ ପରେ ନିକଟରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଲୋକଙ୍କ ସୁବିଧା ନିମନ୍ତେ ଷ୍ଟାଣ୍ଡପୋଷ୍ଟ ବି ଲାଗିଥିଲା। କିନ୍ତୁ ଏହି ଷ୍ଟାଣ୍ଡପୋଷ୍ଟଗୁଡିକ ଏବେ ଭାଙ୍ଗି ଦିଆଯାଇଛି। ଯେଉଁ ମାନେ ପାଣି ନେବେ ୧୦୦୦ ଟଙ୍କା ସିକୁରିଟି ଜମା କରିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ପରିଚାଳନା ଦୃଷ୍ଟିରୁ ଏହି ଠିକ୍ ଥିଲେ ମଧ୍ୟ ଗୋଟିଏ ଗରିବ ଲୋକ ତା ଘରକୁ ପାଣି ପାଇପ ନେବାକୁ ହେଲେ ଅତିକମରେ ୨୦୦୦ ହଜାରରୁ ୫୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ ତାପରେ ମାସିକ ୫୦ ଟଙ୍କା ଦେବ।

ଯେଉଁମାନେ ସକ୍ଷମ ତାଙ୍କ ପାଇଁ କିଛି ଅସୁବିଧା ନାହିଁ କିନ୍ତୁ ଗ୍ରାମାଞ୍ଚଳରେ ଅନେକ ଗରିବ ଲୋକ ରହୁଛନ୍ତି। ସେମାନଙ୍କ ପକ୍ଷେ ଟଙ୍କା ଖର୍ଚ୍ଚ କରି ଘରକୁ ପାଣି ନେବା ସମ୍ଭବ ନୁହେଁ। ତା ଛଡା ରାସ୍ତା କଡ଼ରେ ଥିବା ଷ୍ଟାଣ୍ଡପୋଷ୍ଟରୁ ପାଣି ନେବାପାଇଁ ସବୁ ଗାଁ ଗହଳିରେ ଏପରି ବ୍ୟବସ୍ଥା କରାଯାଇଛି।

ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଡ଼ିଓଙ୍କୁ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ସେମାନେ ନିବେଦନ କରିଛନ୍ତି।

new life
You might also like
error: Content is protected !!