News
WhatsApp Image 2023-10-04 at 17.25.00
samparksetu

ସର୍ବକନିଷ୍ଠ ସହୀଦବୀର ବାଜି ରାଉତଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି

ଭାରତର ସର୍ବକନିଷ୍ଠ ସହୀଦବୀର ବାଜି ରାଉତଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି ଜୋର ଧରିଛି ।ଓଡ଼ିଶା ପ୍ରଦେଶର ଢେଙ୍କାନାଳ ଗଡ଼ଜାତ ଅଧିନସ୍ଥ ପ୍ରଜାଆନ୍ଦୋଳନର ସ୍ଥାନ ଭୁବନ ନୀଳକଣ୍ଠ ପୁରର ୧୨ବର୍ଷର ବାଳକ ବାଜି ରାଉତ ଇଂରେଜ ମାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ।

ସହୀଦ ବାଜି ରାଉତଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ନିମନ୍ତେ ବିଭିନ୍ନ ଭାଷାରେ ପୁସ୍ତକ ପ୍ରକାଶନ, ସହୀଦଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ, ବାଜି ରାଉତଙ୍କ ନାମରେ ଏକ ସଂଗ୍ରହାଳୟ, ରାଜ୍ୟ ସରକାରଙ୍କ ସ୍ମୃତି ବିଭାଗ ପୋଷ୍ୟ ଗ୍ରାମର ମାନ୍ୟତା ଅନୁସାରେ ଗ୍ରାମକୁ ବିକାଶ, ମୂଦ୍ରାରେ ସହୀଦଙ୍କ ଫୋଟୋ ଚିତ୍ର ସ୍ଥାନ, ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ବାଜି ରାଉତଙ୍କ ପ୍ରତିମା ନିର୍ମାଣ, ରକ୍ତ ପୀଠ ନୀଳକଣ୍ଠ ପୁରର ବୀର ସନ୍ତାନ ସହୀଦ ବାଜି ରାଉତଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇ ଗାଁ ର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦାବି ଉଠିଛି।

“ଗାଁରୁ ଆନ୍ଦୋଳନ ଅଭିଯାନ” ପକ୍ଷରୁ ଏକ ଶୋଭାଯାତ୍ରା ଭୁବନ ଡାକ ବଙ୍ଗଳା ଛକରୁ ବାହାରି ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ପୂର୍ଣ୍ଣଚନ୍ଦ୍ର ସାହୁ, ସଞ୍ଜୟ କୁମାର ନାଏକ, ଗୌତମ ପାତ୍ର, ବିଳାସିନୀ ପୃଷ୍ଟି, କୁଳମଣି ରାଉତ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ।

new life
You might also like
error: Content is protected !!