News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ କନ୍ଦା ମୁର୍ମୁ ଙ୍କୁ ମିଳିଲା ଜରି ପାଲ , ଆଗକୁ ଘର ଖଣ୍ଡେ ଦେବାକୁ ଦେଲେ ପ୍ରତିଶ୍ରୁତି

ଖବର ପ୍ରସାରଣ କେଇ ଘଣ୍ଟା ପରେ ସହାୟତା ଯୋଗାଇ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ସୁଚନା ଥାଉ କି ଆଜି ସକାଳେ ଆମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତର କନ୍ଦା ମୁର୍ମୁଙ୍କ ଦୁଃଖ ବିଷୟରେ ପ୍ରକାଶ କରିଥିଲୁ। ସେ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ ସ୍ତରରେ କୌଣସି ସହାୟତା ମିଳୁନାହିଁ , ନା ଅଛି ରାସନ୍ କାର୍ଡ ନା ମିଳିଛି ମୁଣ୍ଡ ଗୁଞ୍ଜିବାକୁ ଘର।

ଭାଙ୍ଗିରୁଜି ଯାଇଥିବା ଚାଳ ଘରେ ରହୁଥିବା ବେଳେ ସରପଞ୍ଚଙ୍କୁ ଗୁହାରୀ କରିଥିଲେ , ତଥାପି କିଛି ସୁଫଳ ମିଳିନଥିଲା। ଆଜି ଖବର ପ୍ରକାଶ ପାଇବା ପରେ ଏହି ପଞ୍ଚାୟତ ସରପଞ୍ଚ କନ୍ଦାଙ୍କ ଘରେ ପହଞ୍ଚି ଜରିପାଲ ଯୋଗାଇବା ସହ ଆବାସ ଯୋଜନାରେ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସହାୟତା ପାଇବା ପରେ କନ୍ଦା ମୁର୍ମୁ ଆମ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ସରପଞ୍ଚଙ୍କ ଏହି ତ୍ୱରିତ ସହାୟତା ପାଇଁ ଆମେ ଧନ୍ୟବାଦ କରୁଅଛୁ ।

new life
You might also like
error: Content is protected !!