News
WhatsApp Image 2023-10-04 at 17.25.00
samparksetu

ବେଆଇନ ମଦ ବେପାର ପାଇଁ ଦୁଇ ଦୋଷୀ ଙ୍କୁ ମିଳିଲା ଜେଲ ଦଣ୍ଡ !

ଆଜି ମାନ୍ୟବର ଜେ.ଏମ. ଏଫ.ସି, ଭୁବନ ଶ୍ରୀଯୁକ୍ତ ଶ୍ରୀଚନ୍ଦନ ଦାସ ମୋହଦୟଙ୍କ କୋଟ ରେ ଏକ କେସ ର ବିଚାର କରି ଅଭିଯୁକ୍ତ ଜୋତ୍ୟି ରଂଜନ ଜେନା ଏବଂ ବେବିନା ଜେନା ଙ୍କୁ ଓଡିଶା ଏକ୍ସଇଜ ଆକ୍ଟ ୨୦୦୮ ଦଫା ୫୨ (ଏ)(ଆଇ) ରେ ତିନି ବର୍ଷ ଲେଖା ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଲେଖାଏଁ ଜୋରିମାନା କରିବା ସଙ୍ଗେ ସଙ୍ଗେ, ଏହା ଅନାଦେୟ ହେଲେ ଅଧିକ ତିନି ମାସ ଲେଖା ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି |

ପ୍ରକାଶ ଥାଉକି , ଗତ ତା ୦୮.୦୩.୨୦୧୯ ରିଖ ରେ ତଦନ୍ତକରି ଅଫିସର ସୋପ୍ନାରାଣୀ ସାହୁ ଅଭିଯୁକ୍ତ ଦୋୟଙ୍କ ପାଖରୁ ବହୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲେ ଓ ପରେ ମାନ୍ୟବର ଅଦାଲତ ଙ୍କ ପାଖରେ ୨(ଏ)ସି.ସି.କେସ ନମ୍ବର ୩/୨୦୧୯ ଦାୟର କରିଥିଲେ | ଏଥିରେ ସରକାର ଙ୍କ ପକ୍ଷରୁ କ୍ୟାଡର ଏପିପି ମହେନ୍ଦ୍ର କୁମାର ମହାପାତ୍ର କେସଟିକୁ ପରିଚାଳନା କରିଥିଲେ ଏବଂ ନନ କ୍ୟାଡର ଏପିପି କେଶବ ଚନ୍ଦ୍ର ପଣ୍ଡା ସହାୟତା କରିଥିଲେ ।

new life
You might also like
error: Content is protected !!