News
WhatsApp Image 2023-10-04 at 17.25.00
samparksetu

ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନ ମ୍ୟାଚ ରେ ୟୁନିକ କ୍ରିକେଟ ଏକାଡେମୀ ବିଜୟ

ଭୁବନ ମିନି ଷ୍ଟାଡିୟମରେ ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ୨ୟ ଦିନ ମ୍ୟାଚରେ ଫ୍ରେଣ୍ଡସ କ୍ରିକେଟ କ୍ଲବ (ତାଳଚେର) ଓ ୟୁନିକ କ୍ରିକେଟ ଏକାଡେମୀ (କେଉଁଝର) ଅନୁଷ୍ଠିତ ହୋଇଥିଲା।

ଏହି ମ୍ଯାଚରେ ୟୁନିକ କ୍ରିକେଟ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୨୬.୩ ଓଭରରେ ୧୬୦ ରନ କରିଥିଲେ। ଦ୍ବିତୀୟ ଇନିଙ୍ଗସରେ ଫ୍ରେଣ୍ଡସ କ୍ରିକେଟ କ୍ଲବ ୧୮.୧ ଓଭରରେ ୧୦୧ ରନ କରି ପରାଜୟ ବରଣ କରିଥିଲା।

କେଉଁଝର କ୍ରିକେଟ ଏକାଡେମୀ ର କୁନ୍ଦନ ପ୍ରଜାପତି ୫୧ ବଲରୁ ୨ ଛକା ୩ ଚୌକା ସହାୟତା ରେ ୪୮ ରନ କରିବା ସହ ୪ ଓଭର ବୋଲିଂ କରି ୩୧ ରନ ବ୍ୟୟ କରି ୩ଟି ମୂଲ୍ୟବାନ ଓ୍ବେକେଟ ଅକ୍ତିଆର କରିଥିବା ଯୋଗୁଁ ଶ୍ରେଷ୍ଠ ଖେଳାଳି ରୂପେ ସମ୍ମାନିତ କରାଯାଇଥିଲା।

ଆଜିର ମ୍ୟାଚରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଥିବା ବେଳେ ଆଶୁତୋଷ ପାଣି ଓ ଦ୍ଯୁଜେନ୍ଦ୍ର ଘୋଷ ମ୍ୟାଚ ପରିଚାଳନା କରୁଥିଲେ।
ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ଭୁବନେଶ୍ୱର ବାରଭୁଜା ସ୍ପୋଟିଂ ସହ କେଉଁଝର କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ‌ହେବ।

new life
You might also like
error: Content is protected !!