News
WhatsApp Image 2023-10-04 at 17.25.00
samparksetu

ସାଧବ ସଂସ୍କୃତି ପାଇଁ ସମର୍ପିତ କଳା

ସଂସ୍କୃତି ସମ୍ପର୍ଣ୍ଣ ସମାଜରେ ଅବସ୍ଥାନ କରୁଥିବା ଜନମାନସମାନଙ୍କ ସାମାଜିକ ସମ୍ପର୍କ ଅତି ନିବିଡ଼ ଅଟେ । ସମୟର କଷଟି ପଥରରେ ବାରମ୍ବାର ଘଷି ମାଜି ହୋଇ ଚିକ୍କଣ ହୋଇ ଝକମକ କରୁଥାଏ । କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ଦଳ ଦଳ ହୋଇ ଅତି ଉଲ୍ଲାସର ସହିତ ଓଡ଼ିଶାର ଜନ ସାଧାରଣମାନେ ଜଳାଶୟ ନିକଟରେ, ଶୀତୁଆ ପାହାନ୍ତିଆ ବେଳାରେ, ନିଜ ହାତରେ ତିଆରି କରିଥିବା ଆଶାର ବୋଇତକୁ ସଜେଇ, ମା ମଙ୍ଗଳାକୁ ସୁମରି, ପୂଜାର୍ଚ୍ଚନା କରି ଭଷେଇ ଦେଇଥାନ୍ତି । ଭବ୍ୟ କଳିଙ୍ଗର ଦୂର୍ଦ୍ଦଶ ସାଧବପୁଅଙ୍କ ଅତୀତର ଗୌରବ କଥା ସ୍ମରଣ କରି ଉଲ୍ଲସିତ ହୁଅନ୍ତି । ବିଭିନ୍ନ ଶିଳାଲେଖ, ପ୍ରାଚୀନ ତାମ୍ର ଫଳକ ଓ ପୁରାତନ ବୌଦ୍ଧ ଦସ୍ତାବିଜରୁ ପ୍ରମାଣ ମିଳେ ଯେ ପ୍ରାଚୀନ କଳିଙ୍ଗର ସାଧବଙ୍କ ପ୍ରାସାଦକୁ ଦନ୍ତାଗୃହ କୁହାଯାଉଥିଲା କାରଣ ପ୍ରାସାଦ ଗୁଡିକୁ ହାତି ଦାନ୍ତରେ ସଜା ଯାଉଥିଲା । ଏପରିକି ବେଳେ ବେଳେ ସେମାନଙ୍କ ଠାରୁ ରାଜା ଧନ ଉଧାର ନେଉଥିଲେ । ସେଥିପାଇଁ କୁହାଯାଏ ବାଣିଜ୍ୟେ ବଶତେ ଲକ୍ଷ୍ମୀ । ସେହି ଦୂର୍ଦ୍ଦଶ ପରାକ୍ରମୀ ସାଧବଙ୍କ ଦୁ8ସାହସିକ ଜଳଯାତ୍ରାର ସ୍ମରଣେ ଏହି ଉତ୍ସବ ପାଳିତ ହୋଇ ଆସୁଅଛି ।

ଏହି ବର୍ଷର କୋଭିଡ଼ କଟକଣାକୁ ଧ୍ୟାନରେ ରଖି କିଛି ଉତ୍ସାହି ଶିଳ୍ପୀ ବନ୍ଧୁ ଆମ ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସବକୁ କ୍ୟାନଭାସରେ ଚିତ୍ରାୟିତ କରିଛନ୍ତି । ଫାଇଭ ମିନିଟ ଆର୍ଟର ୟୁଟ୍ୟୁବ ଚ୍ୟାନେଲରେ ଏହି ଭର୍ଚୁଆଲ କଳା ପ୍ରଦର୍ଶନୀଟି ୩୦ ତାରିଖ ସକାଳ ୧୦ ବେଳେ ପ୍ରସାରିତ ହେବ । ଏ

ହାକୁ ଉଦଘାଟନ କରିବେ ବୟୋଜ୍ୟେଷ୍ଠ ଚିତ୍ରକାର ବଳଦେବ ମହାରଥା ମହୋଦୟ । ଏଥିରେ ଭାଗ ନେଇଥିବା ଶିଳ୍ପୀ ମାନେ ହେଲେ ମୀନକେତନ ପଟ୍ଟନାୟକ, ଲିପିଶ୍ରୀ ନାୟକ, ମନୋଜ ମହାନ୍ତି, ରାଜକିଶୋର ମହାରଣା, ଜନାର୍ଦ୍ଦନ ପରମଗୁରୁ, ଶୁଭଙ୍କର ତରଫଦାର, ସନଜୟ ପଟ୍ଟନାୟକ, ଆସୀଶ କୁମାର ଦାସ ଇତ୍ୟାଦି ।

new life
You might also like
error: Content is protected !!