News
WhatsApp Image 2023-10-04 at 17.25.00
samparksetu

ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ସହରର ଅଭିନନ୍ଦନ ଗାର୍ଡେନ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ରକ୍ତଦାନ ଶିବିର ପାଳିତ ହୋଇଯାଇଛି । ସମଗ୍ର ଦେଶରେ କୋରନା ର ଦ୍ୱିତୀୟ ଲହରୀ ଚାଲିଥିବା ହେତୁ ଏହା ଜିବନ ପ୍ରତି ଅଧିକ କ୍ଷତି ଦାୟକ ହୋଇପଡିଛି । ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ ସମଗ୍ର ଭାରତରେ ସେବା ହିଁ ସଂଗଠନ ମାଧ୍ୟମରେ ରକ୍ତଦାନ କରି କାହାକୁ ମଧ୍ୟ ରକ୍ତ ସଙ୍କଟ ଦାଉରୁ ମାରିବାକୁ ଦିଆଯିବନି ବୋଲି ସଂକଳ୍ପ ଗ୍ରହଣ କରାଯାଇଛି । ବର୍ତମାନ ସମଗ୍ର ଭାରତ ବର୍ଷରେ ମେଡିକାଲ ମାନଙ୍କରେ ରକ୍ତର ଅଭାବ ଥିବାରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କର ସେବା କରାଯାଇଅଛି ।

ତେଣୁ ଆଜି ଢେଙ୍କାନାଳରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦଘାଟନ କରିଥିଲେ ପୂର୍ବତନ ବିଜେପି ବିଧାୟକ ତଥା କୃଷ୍ଣଚନ୍ଦ୍ର ପାତ୍ର, ନରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲା ସଭାପତି ଭାରତୀୟ ଜନତା ପାର୍ଟି ,ମହାଦୀପ ଯଶୋବନ୍ତ ମହିମା ଜିଲ୍ଲା ଯୁବକ ସଭାପତି ବିଜେପି,ସଂକଳ୍ପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ରକ୍ତ ଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

new life
You might also like
error: Content is protected !!