News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮। ଏମାନଙ୍କ ମଧ୍ୟରୁ ୧୬୯ ଜଣ ଘରୋଇ ସଂଙ୍ଗରୋଧରୁ ଓ ବାକି ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

କାମାକ୍ଷାନଗର ଏନଏସିର ମୁଣ୍ଡିଦେଉଳୀରୁ ୧୫ ଜଣ, ଏନଏସି ଅଫିସରୁ ୧୨ ଜଣ, ଅନନ୍ତପୁର ୯ ଜଣ, ଆଳୁତମା ୮ ଜଣ, କାମାକ୍ଷାନଗର ୨ ଜଣ ଓ ବିକ୍ରମ କଲୋନୀ, ବ୍ଲକ କଲୋନୀ, ଏସଡିଏଚ କାମାକ୍ଷାନଗର, ନୀଳମାଧବ ପୁର, ନୂଆ ଆଳୁତମା, ମଢିସାହି, ତରୁଣ ବଜାର, ମହିମା ନଗର ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ସଦର ବ୍ଲକର ପାରିଖେଦର ୫ ଜଣ, ସୋଗରପଶି, ସପ୍ତଶଯ୍ୟା, ନମିଚିରା, ଧୀରପାଟଣା ର ୨ ଜଣ ଲେଖାଏଁ ଓ ଗୋବିନ୍ଦପୁର, ତେରମାଇଲ, ମହୁଲଖୋଳି, ବନ୍ଧନୂଆଗାଁ, ତିଳପଦା, ହରେକୃଷ୍ଣ ପୁର, ରାଧାଦେଇପୁର, ଆନନ୍ଦନଗର, ରାମେଶ୍ବର ପୁର, ବୋଲକାଟେଣୀ, କାଙ୍କଡପାଳ, ନାଗିଆପଶି, ହଳଦୀବାରି, କାଶିଆଡିହି, ଦେଓପଡା, ଭାଗିରଥିପୁର, ଓସ୍ତପାଳ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଗଁଦିଆ ବ୍ଲକର ଲହଡ଼ା ରୁ ୪, ଷଡ଼ଙ୍ଗୀ ୩ ଜଣ ଓ ମଝିପାଳ, ନୂଆଗଡ, ଖଣ୍ଡବନ୍ଧ, ଗହମଖୋଳା, ନବକିଶୋର ପୁର, ବରପଦା, କାବରା ଗଁଦିଆ, ସନ୍ଥସରା, ଗୁଣ୍ଡୁରାପଶି, ରାମସୁଦାପାଟଣା, ବଣିଆପଡା, କୁଶିଦା, ପାଟଣା, ବାଇସିଇ, ଛାଟିଆ, କାଲୁରିଆ, ବଲ୍ଲଭ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ୬ ଜଣ, ମାଳପୁରା, ଭାଗିରଥି ପୁର ଶାସନ, ବାଲିଗୋରଡ ର ୨ ଜଣ ଲେଖାଏଁ ଓ ବଡଶୁଆଁଳୋ, ଖଟଖୁରା, କାଦୁଆ, ଚୁଳିଆ, ଶସାପଶି, ଅନନ୍ତପୁର, ଜକା, ମାଣିତ୍ରୀ, ମହୁଲପାଳ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଓଡ଼ାପଡ଼ା ବ୍ଲକର ଘୋଡ଼ା ଡିଆଁ, ବଦାଳୋ, ବଳରାମ ପୁର ଗାଁ ର ଦୁଇ ଜଣ ଲେଖାଏଁ ଓ ହାଣ୍ଡିଫୁଟା, ବଳରାମ ପ୍ରସାଦ, ଗଦାଶିଳା, କାଉଁରିଆ ପାଳ, ବାଙ୍ଗୁରୁସିଙ୍ଗ, ଶଙ୍କରପ୍ରତାପପୁର, ଚାଇଁପୁର, ମହେନ୍ଦ୍ରପୁର, ରୁଙ୍ଗଟା, ଗୁଡିଆକାଟେଣୀ, ହିନ୍ଦୋଳ ରୋଡ ,ନାଧରା , ମୋଟଗାଁ ଗଦାଶିଳା ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ଏନଏସିର ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରେ ସରଧାପୁର ୩, ପାଟଣା ୨, ନୂଆ ପାଟଣା ୨, ଗୁଡିଆତୈଳା, ଜନାର୍ଦ୍ଦନ ପୁର, ଏସଡିଏଚ ହିନ୍ଦୋଳ, ଚମ୍ପତ୍ତିସାହି, କାନ୍ଦରାଶୁଣୀ, ୧୨ ନମ୍ବର ଓ୍ବାର୍ଡର ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ମୁନିସିପାଲିଟର ବାଜିଚୌକ, କୁଞ୍ଜକାନ୍ତ, ସିମିଳିଆ, ଦକ୍ଷିଣକାଳୀ, ଲକ୍ଷ୍ମୀ ବଜାର, ଟାଉନ ପ୍ଲାନିଙ୍ଗ, କଣ୍ଟାନାଳୀ, ଗୁଡିଆନାଳୀ, ଦୋଳମଣ୍ଡପ ସାହି, ଦକ୍ଷିଣକାଳୀ ରୋଡ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଭୁବନ ବ୍ଳକ୍ ଆରଖପାଳ ରୁ ୨ ଜଣ ଓ ବଳିସାହିରୁ ଜଣେ ସଂକ୍ରମିତ ଅଛନ୍ତି।

ହିନ୍ଦୋଳ ବ୍ଲକର ବେରୁଆପାଳ ଓ ଧୁଣ୍ଡିନାଳୀର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଚିକିତ୍ସିତଙ୍କ ମଧ୍ୟରୁ ୨୬୩ ଜଣ ସୁସ୍ଥ ହୋଇଥିବା ବେଳେ କାମାକ୍ଷାନଗର ର ୫୭ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ୨୯୨୫ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!