News
WhatsApp Image 2023-10-04 at 17.25.00
samparksetu

ବି.ବି.ହାଇସ୍କୁଲ ରେ ଦଶମ ଶ୍ରେଣୀର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ

ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରମହୋତ୍ରୀ ବିଶ୍ୱାଳଙ୍କର ମାର୍ଗଦର୍ଶନରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସଭାଗୃହରେ କେବଳ ଦଶମ ଶ୍ରେଣୀର ଛାତ୍ରୀ ,ଛାତ୍ର ମାନଙ୍କର ଅଭିଭାବିକା, ଅଭିଭାବକ,ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କର ଏକ ଜରୁରୀ ବୈଠକ ଦୁଇଟି ପର୍ଯ୍ୟାୟରେ ଦିବା ୧୧ ଘଟିକାରୁ ୧ ଘଟିକା ଓ ପୁନର୍ବାର ଅପରାହ୍ନ ୨ ଘଟିକାରୁ ୪ ଘଟିକା ମଧ୍ୟରେ କୋଭିଡ-୧୯ ନିୟମ ଅନୁପାଳନରେ ଅନୁଷ୍ଠିତ ହୋଇଯାଇଛି।

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ ଟିମ’ର ଜିଲ୍ଲା ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, ସଭାର ଉଦ୍ଦେଶ୍ୟ ଜ୍ଞାପନ,ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସେ ସ୍ଵୀୟ ଅଭିଭାଷଣରେ ଏହି ବୈଠକକୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଛାତ୍ରୀ ଛାତ୍ର ମାନଙ୍କର ପ୍ରାକ ପ୍ରସ୍ତୁତି ନିମନ୍ତେ ଏହାକୁ ଏକ ଅଭିନବ ପ୍ରୟାସ ବୋଲି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ଅଭିଭାବିକା ଅଭିଭାବକ ମାନଙ୍କର ବିଭିନ୍ନ ମତାମତ, ଭବିଷ୍ୟତରେ ଏହି ବୈଠକକୁ ଅଧିକ କ୍ରିୟାଶୀଳ ତଥା ଫଳପ୍ରଦ କରିବା ପାଇଁ ପଦକ୍ଷେପ ସମ୍ପର୍କରେ,’ମୋ ସ୍କୁଲ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ,ସର୍ବାଙ୍ଗୀନ ଉନ୍ନତି ଓ ସୁପରିଚାଳନା ପାଇଁ ପୂରାତନ ଓ ବର୍ତମାନର ଛାତ୍ରୀ ଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ, ଅଭିଭାବିକା, ଅଭିଭାବକ ମାନଙ୍କର ତ୍ରିକୋଣୀୟ ସହଯୋଗ ତଥା ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଦୃଢ଼ ଆହ୍ଵାନ ଦେଇଥିଲେ।ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟରଶ୍ମି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀର ୩୭ ଜଣ ବାଳିକା ୧୧୦ ଜଣ ବାଳକ ମୋଟ ୧୪୭ ଜଣ ଛାତ୍ରୀ ଛାତ୍ରଙ୍କର ୩୦ ଜଣ ଅଭିଭାବିକା,୩୫ ଜଣ ଅଭିଭାବକ, ମୋଟ ୬୫ ଜଣ ,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟରଶ୍ମି ମିଶ୍ର,ଶ୍ରୀମତୀ ଶ୍ୱେତପଦ୍ମାମିଶ୍ର,ସୁରେଶ କୁମାର ପଣ୍ଡା,ଦେବରାଜ ରାଉତ,ଇତିଶ କୁମାର ବରାଳ, ଡା. ଦେବୀ ପ୍ରସାଦ ମିଶ୍ର,ସୁଭାଷ କୁମାର ନନ୍ଦ,ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,କ୍ରୀଡ଼ା ଶିକ୍ଷକ ସୁବ୍ରତ ମିଶ୍ର,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ରଶ୍ମି ହୋତା, ବବିତା ଲେଙ୍କା, କଳ୍ପନା ବାରିକ,ବବିତା ଦାସ,ସୁବ୍ରତ ସ୍ୱାଇଁ,ପ୍ରଭାତ ପ୍ରଧାନ, ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

new life
You might also like
error: Content is protected !!