News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ କଲେଜ ଓଡ଼ିଆ ବିଭାଗ ମୂଖ୍ଯଙ୍କ ବଦଳି

ଢେଙ୍କାନାଳ କଲେଜ ଓଡ଼ିଆ ବିଭାଗ ମୁଖ୍ୟଙ୍କ ବଦଳି ,ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଭବ୍ଯ ସମ୍ବର୍ଦ୍ଧନା ।ଓଡ଼ିଆ ବିଭାଗ ମୂଖ୍ଯ ଡଃ ରମେଶ ଚନ୍ଦ୍ର ବେହେରା ଙ୍କ ରାଜ୍ଯ ଏନ୍ ଏସ୍ ଏସ୍ ଅଧିକାରୀ ତଥା ଉପଶାସନ ସଚିବ ଭାବେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ବଦଳି ନିର୍ଦ୍ଦେଶ ଆସିଛି ।

ଏହି ଅବସରରେ ଓଡ଼ିଆ ବିଭାଗ ଆନୁକୁଲ୍ୟରେ ଡଃ ବେହେରାଙ୍କ ଉଦ୍ଦେଶ୍ଯ ରେ କୋଭିଡ କଟକଣା ସହ ଏକ ଭବ୍ଯ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ଆସୋସିଏଟ୍ ପ୍ରଫେସର ମଞ୍ଜୁଶ୍ରୀ ଦାଶ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଡଃ ବେହେରାଙ୍କ ଦକ୍ଷ ଶିକ୍ଷାଦାନ ପ୍ରଣାଳୀ ଓ ଛାତ୍ର ବସ୍ଛଳତା ସମ୍ପର୍କ ରେ ସ୍ମୃତି ଚାରଣ କରିଥିଲେ ।ଅଧ୍ୟକ୍ଷା ତଥା ସଭାପତି ପ୍ରଫେସର ରଶ୍ମି ମିଶ୍ର କହିଥିଲେ ଯେ , ପ୍ରାୟ ସାତ ବର୍ଷ ରହଣି ଭିତରେ ଡଃ ବେହେରା ଓଡ଼ିଆ ବିଭାଗକୁ ଏକ ଶିଖରରେ ପହଞ୍ଚାଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।

ଏଥିସହ ସହିତ କଲେଜର ସାମଗ୍ରିକ ବିକାଶ ମୂଳକ କାର୍ଯ୍ଯରେ ତାଙ୍କର ସକ୍ରିୟ ସହଯୋଗ ମଧ୍ଯ ଅବିସ୍ମରଣୀୟ ହୋଇ ରହିବ ।ନୂତନ ପଦବୀରେ ସଫଳତାର ସହ କାର୍ଯ୍ୟ କରି ସମଗ୍ର ରାଜ୍ଯ ପାଇଁ ଗୌରବ ଆଣିଦେବେ ବୋଲି ସେ ଶୁଭେଛା ଜଣାଇଥିଲେ ।ବିଭାଗର ଅଧ୍ୟାପକ ଶୁଭକାନ୍ତ ପାଣି , କାଳନ୍ଦି ଚରଣ ମିଶ୍ର ଓ ଅଧ୍ୟାପିକା ଡକ୍ଟର ରିନାରାଣୀ ଜେନା ପ୍ରମୁଖ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ ।

ଅଧ୍ୟକ୍ଷା ଙ୍କ ଦ୍ବାରା ତାଙ୍କୁ ମାନପତ୍ର ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।ପ୍ରତିତ୍ତ୍ବରେ ଡକ୍ଟର ବେହେରା କହିଥିଲେ ଯେ,”ଛାତ୍ରଛାତ୍ରୀ ମାନେ ହିଁ ଯେକୌଣସି ଶିକ୍ଷକଙ୍କର ପ୍ରାଣ ସମ୍ପଦ ।ସେମାନଙ୍କର ବିକାଶ ପାଇଁ ଯେଉଁ ଭୂମିକା ରହିଛି ; ତାହା ଏକ ଦିବ୍ଯ କର୍ମ।

ଏହି ସଭାରେ ପୂର୍ବ ବର୍ଷର ସର୍ବଶ୍ରେଷ୍ଠ ଓଡ଼ିଆ ସ୍ନାତକ ଲିପ୍ସାରାଣୀ ସାହୁ ଙ୍କ ସମେତ ରୋଜାଲିନ ମହାପାତ୍ର ଓ ଗୀତାଞ୍ଜଳି ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଭାଗର ତିନିବର୍ଷର ଛାତ୍ରଛାତ୍ରୀମାନଙ୍କ ସମେତ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

ଉକ୍ତ ସଭାରେ ବିଭାଗର ପ୍ରାଚୀର ସାହିତ୍ଯ ପତ୍ରିକା “ଶବ୍ଦମାୟା”ର ୨ ସଂସ୍କରଣ ଅଧ୍ୟକ୍ଷାଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।”ଇ ଭାଷାର ସାଧାରଣ ଜ୍ଞାନ “ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ତଥା ମାନପତ୍ର ପ୍ରଦାନ କରାଯାଇଥିଲା ।ଏଥିସହିତ ସେନା ବାହିନୀରେ ନବ ନିଯୁକ୍ତି ପାଇଥିବା ଛାତ୍ରୀ ରୋଜାଲିନ ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ପରିଶେଷରେ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!