News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ ଗତ ଦଶ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲି ଥିବା ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି ।

ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନୟାଗଡ଼ ଏକାଦଶ ସୀମିତ ୨୦ ଉଭର ମ୍ୟାଚରେ ୯ ଉଇକେଟ ହରାଇ ଦୁଇଶହ ୨୩୧ରନ କରିଥିବାବେଳେ ଏହାର ଜବାବରେ ଅନୁଗୋଳର ଜରଡ଼ା ଏକାଦଶ ନିର୍ଦ୍ଧାରିତ ଉଭରରେ ଏହାକୁ ପିଛା କରି ୮ ଉଇକେଟ ହରାଇ ୧୬୮ ରନ କରିବାକୁ ସମର୍ଥ ହୋଇ ଥିଲେ ।

ବିଜେତା ଦଳର ଅ।ଲଫା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ଥିବା ବେଳେ ମଣ୍ଟୁଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରା ଯାଇ ଥିଲା ।

ଆଜିର ଫାଇନାଲ ମ୍ୟାଚ କୁ ହଜାର ହଜାର ଦର୍ଶକ ଭର ପୁର ଉପଭୋଗ କରିଥିଲେ । ବାଜା ବ।ଣ ଓ ଚିୟର ଗ।ର୍ଲସ ଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ ଅ।ନନ୍ଦିତ କରିଥିଲା ।

ସ୍ପୋର୍ଟସ ଆସୋସିଏସନ ସଭାପତି ସନ୍ତୋଷ ଦ।ଶ ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ସମେତ ଜୁଲୁ, ଲିଙ୍ଗରାଜ, ଫାଣ୍ଟା, ବିକାଶ, ଡୁଡୁ,କାହ୍ନ।, ଟୁନା,ଲିସୁ, ମଣ୍ଟୁ, ସହଦେଵ ସାହୁ ପ୍ରମୁଖ ଆରମ୍ଭରୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସନ୍ତୋଷ ଦାସ ଓ ସଂଗ୍ରାମ କେଶରୀ ଗୁରୁ ଅମ୍ପିୟାରିଙ୍ଗ କରି ଥିବାବେଳେ ପପୂନୁ ସାମନ୍ତ ଓ ରାଘବେନ୍ଦ୍ର ରାଜ ସ୍କୋରର ଦlୟୁତ୍ୱ ନିର୍ବାହ କରିଥିଲେ । ଉଦଯାପନୀ ଉର୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଳାକାର ଓ କବି ଇଂ ନିମାଇଁ ଚରଣ ନାୟକ ଚମ୍ପିୟାନ ଦଳକୁ ତୁଳସୀ ମେମୋରିଆଲ ଟ୍ରଫି ସହ ନଗଦ ପନ୍ଦର ହଜାର ଟଙ୍କାର ଅର୍ଥ ରାଶି ଓ ରନର୍ସ ଅପ ଦଳକୁ କପ ସହ ଦଶହଜାର ଟଙ୍କା ପ୍ରଦାନ କରି ସମ୍ମ।ନୀତ କରିଥିଲେ ।

new life
You might also like
error: Content is protected !!