News
WhatsApp Image 2023-10-04 at 17.25.00
samparksetu

ପ୍ରବଳ ବର୍ଷା ପ୍ରଭାବରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସଜାଗ ହେଲା ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀ ରହିବେ ଆଲର୍ଟ

ରାଜ୍ୟରେ ଆସନ୍ତା ୧୧ତାରିଖ ରୁ ୩ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହାକୁ ନେଇ ଭରଚୁଆଲ ମୋଡ଼ରେ ଆଜି ଏକ ଜରୁରୀ କାଳୀନ ଆଲୋଚନା କରିଥିଲେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ।

ଏହି ଆଲୋଚନା ରେ ଦୁର୍ବଳ ନଦୀବନ୍ଧ ଅଞ୍ଚଳ ଗୁଡ଼ିକ ଉପରେ ନଜର ରଖି ସଜାଗ ରହିବା ପାଇଁ ଜଳସେଚନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଖାଲୁଆ ଅଞ୍ଚଳ ଗୁଡିକ ଚିହ୍ନଟ କରି ଲୋକଙ୍କୁ ସଚେତନ କରିବା ସହ ନିକଟସ୍ଥ ବିଦ୍ୟାଳୟ ଅଙ୍ଗନୱ।ଡି କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଆବଶ୍ୟକ ହେଲେ କ୍ଷତିଗ୍ରସ୍ତ ଙ୍କୁ ପଲିଥିନ ଯୋଗାଇବା ସହ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ର ବ୍ୟବସ୍ଥା ପାଇଁ ସରପଞ୍ଚ ତହସିଲଦାର ଓ ବିଡିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ,ଓଡ୍ରାଫ ଟିମ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ ସହରର ନାଳ ନର୍ଦ୍ଧମା ଗୁଡିକୁ ସଫା ରଖିବା , ଆବଶ୍ୟକ ସ୍ଥଳେ ପମ୍ପ ଦ୍ୱାରା ଜଳ ନିଷ୍କାସନ କରିବାକୁ କୁହାଯାଇଛି ।

ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ଏହାକୁ ସ୍ୱାଭାବିକ କରିବାକୁ ବିଦ୍ୟୁତ ବିଭାଗକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଉପଜିଲ୍ଲାପାଳ , ବିଡିଓ ,ଆପାତ କାଳୀନ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

new life
You might also like
error: Content is protected !!