News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ବ୍ଲକ ପରିସରରେ ହରିହର ମନ୍ଦିର ପ୍ରତିଷ୍ଠା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ପରିସରରେ ଏକ ନବନିର୍ମିତ ତଥା ହିନ୍ଦୋଳ ଉପଖଣ୍ଡରେ ପ୍ରଥମ ହରିହର ମନ୍ଦିର ପ୍ରତିଷ୍ଠାସ୍ଥାପନ ହୋଇଯାଇଛି।

ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟରଞ୍ଜନ ମାହୁନ୍ତ ଙ୍କ ଉଦ୍ୟମରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା ଦିବସରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଢେଙ୍କାନାଳ-ଅନୁଗୋଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିଥିବା ବେଳେ ସଂନମାନିତ ଅତିଥି ଭାବରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଯୋଗଦେଇଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ମିନତୀ ନାୟକ, ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ବ୍ଲକ ଉପାଧ୍ୟକ୍ଷ ଅନୁସୟା ମାହୁନ୍ତ, ହିନ୍ଦୋଳ ଏନ ଏସି ଅଧ୍ୟକ୍ଷା ରୀନା ବେହେରା, ଜିଲ୍ଲାପରିଷଦ ସଭ୍ୟସଭ୍ୟା,କାଉନସିଲର, ସରପଞ୍ଚ,ବିଜେଡି ନେତା ଓ କର୍ମୀ, ପ୍ରଶାସନିକ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ।

ଗତକାଲି କଳସ ଶୋଭାଯାତ୍ରା କଳସ ପ୍ରତିଷ୍ଠା ହୋଇଥିବା ବେଳେ ଆଜି ନଗର ସଂକୀର୍ତ୍ତନ ହେବା ସହ ପୂଜାର୍ଚ୍ଚନା ହୋମ ହୋଇ ଶ୍ରୀ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରାଯାଇଥିଲା।ଏହି ମନ୍ଦିର ପ୍ରତିଷ୍ଠା ହେବା ଫଳରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଙ୍କୁ ତାଙ୍କର ଜନକଲ୍ୟାଣ କାର୍ଯ୍ୟ, ଧାର୍ମିକ କାର୍ଯ୍ୟ ତଥା ହିନ୍ଦୋଳ ବ୍ଲକ ରେ ଉର୍ଣ୍ଣୟନ କାର୍ଯ୍ୟ କରିବା ସହ ସମସ୍ତ ଉଦ୍ୟମ ଜାରି ରଖିଥିବାରୁ ସମସ୍ତ ହିନ୍ଦୋଳ ଜନସାଧାରଣ ଭୁୟସି ପ୍ରସଂଶା କରିବା ଓ ବ୍ଲକ ଅଧ୍ୟକ୍ଷ ଭାବେ ନିଜ କାର୍ଯ୍ୟଦକ୍ଷତା ପ୍ରମାଣ କରିବାରେ ସଫଳ ହୋଇଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି।ବ୍ଲକ ଅଧ୍ୟକ୍ଷ ତାଙ୍କ ମତାମତ ରେ କୁହନ୍ତି ଏସବୁ ଜନସାଧାରଣ ଙ୍କ ଆଶ୍ରିବାଦ ଓ ପ୍ରେରଣା ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି।

new life
You might also like
error: Content is protected !!