News
WhatsApp Image 2023-10-04 at 17.25.00
samparksetu

ପ୍ରଭାବ ; ଗିରଫ୍ ହେଲେ ୨ଅଭିଯୁକ୍ତ , ମହିଳା ଚା’ଦୋକାନୀ କୁ ଆକ୍ରମଣ କରି ଲୁଟିଥିଲେ ଟଙ୍କା, ସୁନା ଗହଣା !

ଗତ ୨୫ ଡିସେମ୍ବର ରାତିରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଛକରେ ଜନୈକ ମହିଳା ଚା’ଦୋକାନୀ ତାଙ୍କ ପରିବାର ଉପରେ ସ୍ଥାନୀୟ ଅଂଚଳ ର କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କ ଘରର ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ଭଙ୍ଗାରୁଜା କରିି ନଗଦ ଟଙ୍କା, ସୁନା ଗହଣା ଜୋର ଜବରଦସ୍ତ ନେଇଯିବା ଅଭିଯୋଗରେ ଉକ୍ତ ମହିଳା କଣ୍ଟାବଣିଆ ଥାନାରେ ଏକ କେସ ନଂ ୧୨୩/୨୦ ଏକ ଏତଲା ଦେଇଥିଲେ l

ଉକ୍ତ ପୀଡିତା ଥାନା ବାବୁ ଙ୍କୁ ଅନେକ ଗୁହାରି କରିବା ପରେ ମଧ୍ୟ ଦୃବୃର୍ତ୍ତ ମାନଙ୍କୁ ଗିରଫ କରିବାରେ ପୋଲିସ କୌଣସି ତତ୍ପରତା ନଦେଖାଇବାରୁ ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳରେ ଖୁଲମଖୁଲା ବୁଲିବା ସହିତ ପୀଡିତାଙ୍କୁ କେସ ନଉଠାଇଲେ ଜୀବନରେ ମାରି ଦେବା ଧମକ ଚମକ ଦେଇଥିଲେ।

ଉକ୍ତ ପୀଡିତା ସ୍ଥାନୀୟ ପୋଲିସ ଠାରୁ ନ୍ୟାୟ ନପାଇବାରୁ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତଙ୍କୁ ସହଯୋଗ ପାଇଁ ଲିଖିତ ଭାବେ ନିବେଦନ କରିଥିଲେ। ଗତ ଗୁରୁବାର ଆପ୍ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ସହିତ ଅନ୍ୟ କର୍ମୀମାନେ ପୀଡିତାଙ୍କୁ ନେଇ ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀହର୍ଷ ମିଶ୍ରଙ୍କୁ ଭେଟି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିବା ସହ ଏହି ଘଟଣା ଗତ ଜାନୁଆରୀ-୧୪ ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା

ଏହା ପରେ କଣ୍ଟା ବଣିଆ ଥାନା ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ସେମାନେ ହେଲେ ସୁବଳ ବେହେରା ଏବଂ ପ୍ରଶାନ୍ତ ବେହେରା ତେବେ ଆଉ ୨ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି ତାଙ୍କୁ ବହୁତ ଶୀଘ୍ର ପୋଲିସ୍ ଧରିବ ବୋଲି ପ୍ରତିଶ୍ରୁତି ଦେଇଛି ।

new life
You might also like
error: Content is protected !!