News
WhatsApp Image 2023-10-04 at 17.25.00
samparksetu

ଦୀର୍ଘ ଦିନ ଧରି ଅଚଳ ଅବସ୍ଥା ରେ ଦୁଇ ସୋଲାର ପମ୍ପ, ପ୍ରଶାସନ ର ପଡୁନି ଦୃଷ୍ଟି !

ଗ୍ରୀଷ୍ମରୁତୁ ର ଆଗମନ ରେ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଥାଏ , ଏହି ସମୟରେ ଗଁଦିଆ ବ୍ଲକ କାବେରଣା ପଂଚାୟତର ବିଧାରପୁର- ଯୋରନ୍ଦା ରାସ୍ତା ର ଯଦପୁର ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗର ଠାରେ ସୋଲାର ପମ୍ପ ପାଣିଟାଙ୍କି ଓ ଯଦପୁର ଗ୍ରାମ ଭିତରେ ଥିବା ସୋଲାର ପମ୍ପ ପାଣିଟାଙ୍କି ସମ୍ପୂର୍ଣ ଅଚଳବସ୍ଥାରେ ଦୀର୍ଘଦିନ ଧରି ପଡିରହିଛି ।

ଯଦପୁର ଗ୍ରାମର ସମସ୍ତ ଗ୍ରାମବାସୀ ତଥା ବିଧାରପୁର – ଯୋରନ୍ଦା ରାସ୍ତା ରେ ଯାଉଥିବା ଶହ ଶହ ବାଟୋଇ ପାନୀୟ ଜଳ ପାଇଁ ବହୁତ ସମସ୍ୟା ରେ ପଡୁଛନ୍ତି ।

ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ମୁଖ୍ୟରାସ୍ତା ଉପରେ ଥିବା ଏହି ସୋଲାର ପମ୍ପ ଉପରେ ପ୍ରଶାସନ ର ଦୃଷ୍ଟି କିପରି ପଡୁନି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟିକରିଛି !

ପ୍ରଶାସନ ଏ ଦିଗରେ ଧ୍ୟାନଦେଇ ଏହି ଦୁଇ ଅଚଳ ପାଣିଟାଙ୍କି ମରାମତି କରାଇଲେ ସାଧାରଣରେ ବହୁତ ଲୋକ ଉପକୃତ ହେବେ ।

new life
You might also like
error: Content is protected !!