News
WhatsApp Image 2023-10-04 at 17.25.00
samparksetu

ଦୃଷ୍ଟିହୀନ ପରିବାରକୁ ଭତ୍ତା କି ରାସନ ନାହିଁ ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ବିଧବା , ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଅନେକ ଉପକୃତ ହେଉଛନ୍ତି , ମାତ୍ର କାମିନୀ ପ୍ରଧାନଙ୍କ ପରି ନିରାଶ୍ରୟ ମହିଳାଙ୍କ ପାଇଁ ଏହି ଯୋଜନା ଅପହଞ୍ଚ ହୋଇ ରହିଛି ।

ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟକୁ ଅନେକ ଥର ଧାଇଁ ଧାଇଁ ନିରାଶ ହେବା ପରେ କାମିନୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଆଖୁଆପାଳ ନିକଟସ୍ଥ ରଙ୍ଗଥଳି ଗ୍ରାମର ଭିନ୍ନକ୍ଷମ ତଥା ଦୃଷ୍ଟିହୀନ ପରିବାରକୁ ନା ମିଳୁଛି ସରକାରୀ ଭତ୍ତା ନା ରାସନ ସାମଗ୍ରୀ ।

ରଙ୍ଗଥଳି ଗ୍ରାମର ସ୍ଵର୍ଗତ ମହେଶ୍ବର ପ୍ରଧାନଙ୍କ ବିଧବା ପତ୍ନୀ କାମିନୀ ପ୍ରଧାନ , ବଡ଼ ପୁଅ ମନୋଜ ପ୍ରଧାନ ଏବଂ ଝିଅ ସୁଜାତା ପ୍ରଧାନ ଜନ୍ମରୁ ଦୃଷ୍ଟିହୀନ । ୩ଟି ପିଲାଙ୍କୁ ନେଇ କାମିନୀ ବହୁ ଦୁଃଖ କଷ୍ଟରେ ଜୀଵନ ବିତାଉଥିବା ବେଳେ ,କାମିନୀ ଙ୍କୁ ବିଧବା ଭତ୍ତା କିମ୍ବା ଦୃଷ୍ଟିହୀନ ସନ୍ତାନ ଙ୍କୁ କୌଣସି ଭତ୍ତା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି ।

ଝିଅ ଙ୍କୁ ସୁଜତା ଙ୍କ କାର୍ଡ ଲିଷ୍ଟ ରେ ନାମ ନାହିଁ । ବହୁ କଷ୍ଟରେ ପିଲାମାନଙ୍କୁ ନେଇ ଚଳୁଥିବାରୁ ଭତ୍ତା ଏବଂ ଚାଉଳ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

new life
You might also like
error: Content is protected !!