News
WhatsApp Image 2023-10-04 at 17.25.00
samparksetu

କମେଣ୍ଟ ମରାକୁ ନେଇ ମହାଭାରତ ; ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର !

ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡ଼ାସୋଡ଼ା ଗ୍ରାମରେ କମେଣ୍ଟମରାକୁ ନେଇ ହଣାକଟା ହୋଇଛି ।

ସଙ୍ଘଵଧ ଆକ୍ରମଣରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାଇ (୬୩) ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ମୋହନ ବାଇ (୪୦) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ , ଗତ ୧୧ ତାରିଖରେ ପୂର୍ଣ୍ଣଚନ୍ଦ୍ର ଙ୍କ ନାତୁଣୀ ସ୍କୁଲରୁ ଫେରୁଥିବା ବେଳେ ସେହି ଗ୍ରାମର ଭଜମନ ଭୋଇ ଓ ସିପୁନ ଭୋଇ ତାଙ୍କୁ କମେଣ୍ଟ ମାରିଥିଲେ । ଏ କଥା ଜେଜେ ବାପା ଙ୍କୁ ଜଣାଇବା ପରେ ସେ ସେମାନଙ୍କୁ ଏ ନେଇ ତାଗିତ କରିଥିଲେ , ତାଗିତ ରୁ କଥା ଗଣ୍ଡଗୋଳ ପର୍ଯ୍ୟନ୍ତ ପଳାଇଥିଲା ।

ଖବର ପାଇ ଭଜମନ ଓ ସିପୁନଙ୍କ ପରିବାର ଲୋକ ଟାଙ୍ଗିଆ ଓ ଫାର୍ସା ଧରି ଘଟଣା ସ୍ଥଳରେ ପହଞ୍ଚି ସଂଘବଧ ଭାବେ ପୂର୍ଣ୍ଣଚନ୍ଦ୍ର ଙ୍କୁ ହାଣି ଦେଇଥିଲେ , ତେବେ ବାପା ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମୋହନ ଘଟଣା ସ୍ଥଳରେ ପହଞ୍ଚି ସେ ମଧ୍ୟ ହଣା ଖାଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକ ପରଜଙ୍ଗ ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ପୂର୍ଣ୍ଣଚନ୍ଦ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅ କୁ ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପରଜଙ୍ଗ ପୋଲିସ୍ ଘଟଣାର ଛାନବିନ ଜାରୀ ରଖିଛି ।

new life
You might also like
error: Content is protected !!