News
WhatsApp Image 2023-10-04 at 17.25.00
samparksetu

ନାବାଳିକା ଅପହରଣ ମାମଲାରେ ନୀରବଦ୍ରଷ୍ଟା ସାଜିଛି ପୋଲିସ! ଏପରି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା !

ପରଜଙ୍ଗ ଥାନା କନ୍ଦରସିଙ୍ଗା ପଞ୍ଚାୟତ କଟରାପଡା ରଗୁଡି ସାହିର ଅମୂଲ୍ୟ ନାଏକ ଓ ମଞ୍ଜୁ ନାଏକଙ୍କ ୧୩ ବର୍ଷୀୟା ନାବାଳିକା ଝିଅକୁ କନ୍ଦରସିଙ୍ଗା(ମଝିକା) ର ବସନ୍ତ ନାଏକଙ୍କ ପୁଅ ସୁଶାନ୍ତ ନାଏକ ଅପହରଣ କରି ନେଇଥିଲା। ମଞ୍ଜୁ ଏ ସମ୍ପର୍କରେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବହୁତ ଖୋଜାଖୋଜି କରିବା ପରେ ଝିଅକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଝିଅ ମାନସିକ ସ୍ତରରେ ଦୂର୍ବଳ ଥିବା ଜଣାପଡିଛି।

ନାବାଳିକା ଅପହରଣ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପ୍ରାବଧାନ ରହିଛି। ହେଲେ ରାଜନୈତିକ ଚାପରେ ପରଜଙ୍ଗ ଥାନା ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଗିରଫ କରି ନଥିବା ଯୋଗୁଁ ମଞ୍ଜୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

new life
You might also like
error: Content is protected !!