News
WhatsApp Image 2023-10-04 at 17.25.00
samparksetu

କାମରେ ଆସୁନାହିଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ; ରାଜ୍ୟ ସରକାରଙ୍କ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପାଣିରେ ଗାର ପକେଇବା ସଦୃଶ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମଁସିଙ୍ଗା ପଞ୍ଚାୟତର ପାଟିଆଗୁଡାର ନୀରଞ୍ଜନ ସେଠୀ, ବୟସ ୪୨ ବର୍ଷ(ପିତା ରାମଚନ୍ଦ୍ର ସେଠୀ)। ଦୂରାରୋଗ୍ୟ ବ୍ୟାଧିର ଶିକାର। ପାଞ୍ଚ ମାସ ତଳେ ପେଟରେ ହଠାତ୍ ଯନ୍ତ୍ରଣା ହେବାରୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରୁ ଡାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ଯକୃତ (ଲିଭର) ଖରାପ ହୋଇଗଲାଣି। ଔଷଧ ସେବନ କଲେ ଭଲ ହୋଇଯିବ। ଡାକ୍ତରଙ୍କ ଦ୍ଵାରା ଲିଖିତ ଔଷଧ ମାଗଣାରେ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରୋଗୀଙ୍କୁ ମାଗଣାରେ ଔଷଧ ମିଳୁ ନାହିଁ। ତେଣୁ ବାଧ୍ୟ ହୋଇ ନିରଞ୍ଜନଙ୍କୁ ଦୋକାନରୁ ଔଷଧ କିଣି ଖାଇବାକୁ ପଡ଼ିଲା। ସେ ଜଣେ ଗରିବ ମୂଲିଆ ଶ୍ରେଣୀର ଲୋକ। ଯାହା ରୋଜଗାର କରି ରଖିଥିଲେ ସେଥିରେ ଔଷଧ କିଣି ସର୍ବସ୍ବାନ୍ତ ହରାଇ ବସିଛନ୍ତି।

ବର୍ତ୍ତମାନ ଔଷଧ ଖାଇବାକୁ ପାଖରେ ତାଙ୍କର ଟଙ୍କାଟିଏ ବି ନାହିଁ। ମାସକୁ ୫,୦୦୦ ଟଙ୍କାର ଔଷଧ ଦରକାର। ସରକାରୀ ଦୋକାନରେ ଏ ଔଷଧ ମିଳୁ ନାହିଁ। ମାସେ ହେଲା ଔଷଧ ନଖାଇ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ତାଙ୍କର ଶରୀର ଆଜି ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତାଙ୍କର ଗୋଟିଏ ପୁଅ ଓ ତିନି ଝିଅ। ପରିବାର ଚଳାଇବା ପାଇଁଁ କେହି ନାହାଁନ୍ତି। ତାଙ୍କ କିଛି ହୋଇ ଗଲେ ଚାରି ପିଲା ଅନାଥ ହୋଇଯିବେ। ସହାୟତା ପାଇଁ ସେ ପ୍ରଶାସନକୁ ସେ ଅନୁରୋଧ କରିଛନ୍ତି।

new life
You might also like
error: Content is protected !!