News
WhatsApp Image 2023-10-04 at 17.25.00
samparksetu

ଜନବସତି ଅଞ୍ଚଳରେ ମୁକୁଳା ଟ୍ରାନ୍ସଫର୍ମର ବସାଇ ଅଚିନ୍ତାରେ ବିଦ୍ୟୁତ ବିଭାଗ

ଅଧିକାଂଶ ସମୟରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ହେତୁ ଅନେକ ଧନ ଜୀବନ ହାନି ହେଉଛି । କେଉଁଠି ମୁକୁଳା ଟ୍ରାନ୍ସଫର୍ମର ତ କେଉଁଠି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହୁଛି । ଯାହା ଉପରେ ନଜର ଦେଉ ନାହିଁ ବିଦ୍ୟୁତ ବିଭାଗ ।

ଏହି ପରି ଏକ ଘଟଣା ଦେଖିବାକୁ ମିଳୁଛି ଢେଙ୍କାନାଳ ସହର ୨୨ ନଂ ୱାର୍ଡ ଲେବର ଅଫିସ ନିକଟରେ । ଏଠାରେ ଥିବା ଟ୍ରାନ୍ସଫର୍ମର ବସିଲା ଦିନଠାରୁ ମୁକୁଳା ହୋଇ ପଡିଛି , ନା ଅଛି ସୁରକ୍ଷା ବାଡ଼ ନା ଅଛି ବିପଦକୁ ଏଡାଇବାକୁ କିଛି ବ୍ୟବସ୍ଥା ।

ଟ୍ରାନ୍ସଫର୍ମର ନିକଟରେ ଜନବସତି ଥିବା ହେତୁ ଲୋକଙ୍କ ଯିବା ଆସିବା ଲାଗି ରହୁଛି ତା ସହ ସେଠାରେ ଲୋକ ନିଜର ଆବର୍ଜନା ଫିଙ୍ଗିବା ହେତୁ ଗାଈ ଗୋରୁ ଙ୍କ ଭିଡ଼ ଜମୁଛି । କେତେ ବେଳେ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି କୋୖଣସି ଜୀବନ ହାନି ହେବା ପୂର୍ବରୁ ଏହା ଚାରିପାଖରେ ଏକ ସୁରକ୍ଷା ବାଡ଼ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!