News
WhatsApp Image 2023-10-04 at 17.25.00
samparksetu

କରୋନା ହେତୁ ଢେଙ୍କାନାଳରେ ନିରାଡ଼ମ୍ବର ଭାବରେ ପାଳନ ହେଲା ଇଦ୍

ଆଜି ଢେଙ୍କାନାଳ ଜାମା ମସଜିଦ ରେ ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ଇଦ୍ ଉଲ୍ ଫିତର୍ ପାଳନ ହୋଇଯାଇଅଛି।ଜାମା ମସଜିଦ ର ଇମାମ୍ ସେଖ୍ ମୁଦାରିସ୍ ଓ ଅନ୍ୟ ୫ ଜଣ ବସ୍ତି ବାସିନ୍ଦା ମାସ୍କ୍ ପିନ୍ଧି, ସାମାଜିକ ଦୂରତା ରକ୍ଷା କରିଏହି ନମାଜ୍ ପାଠ କରିଥିଲେ ବୋଲି ଜାମା ମସଜିଦ ପରିଚାଳନା କମିଟିର ସହ ସମ୍ପାଦକ ନୁରୁଲ୍ ଇସଲାମ୍ ଜଣାଇଛନ୍ତି।

ପ୍ରତିବର୍ଷ ଇଦ୍ ଉଲ୍ ଫିତର୍ ରେ ପରସ୍ପର ଭାବର ଆଦାନ ପ୍ରଦାନ, ବନ୍ଧୁ ମିଳନ ତଥା ପରସ୍ପରକୁ ସ୍ନେହ ପୂର୍ବକ ଆଲିଙ୍ଗନ ସହିତ ହିନ୍ଦୁ ମୁସଲିମ ଭାଇଚାରାର ଏକ ଉଦାହରଣ ସୃଷ୍ଟି ହେଉଥିଲା।

ହେଲେ ଏ କୋରୋନା ମହାମାରୀ ସମସ୍ତ ଖୁସି ଉଲ୍ଲାସକୁ ମଳିନ କରି ଦେଇଛି।କୋରୋନା ର ଭୟାବହତା କୁ ଦୃଷ୍ଟିରେ ରଖି ଜାମା ମସଜିଦ ପରିଚାଳନା କମିଟି ଏ ବର୍ଷ ସମସ୍ତ ମୁସଲିମ ଭାଇମାନଙ୍କୁ ନିଜ ନିଜ ଘରେ ରହି ନମାଜ୍ ପାଠ କରିବାକୁ ଅନୁରୋଧ କରିଥିଲା ଏବଂ ଏହି ଅନୁରୋଧ କୁ ରକ୍ଷା କରି ସମସ୍ତ ମୁସଲିମ ଭାଇ ନିଜ ନିଜ ଘରେ ନମାଜ୍ ପାଠ କରିଥିଲେ ବୋଲି ଜାମା ମସଜିଦ ପରିଚାଳନା କମିଟିର ସଭାପତି ସମଦ୍ ବେଗ୍ ସୂଚନା ଦେଇଛନ୍ତି।

ବଞ୍ଚି ରହିଲେ ଆଗକୁ ବହୁତ ଇଦ୍ ପର୍ବ ଆସିବ, ତେଣୁ ଆମେ ଆଗ ନିଜେ ସଜାଗ ହେବା ଓ ନିଜ ପରିବାର କୁ ସଜାଗ କରିବା ଏବଂ ଲୋକମାନଙ୍କୁ ସଚେତନ କରିବା ବୋଲି ମୁସଲିମ ବସ୍ତିର ଜୈନେକ ଭଦ୍ର ବ୍ୟକ୍ତି ଇଲିୟାସ୍ ମହମ୍ମଦ ଜଣାଇଛନ୍ତି।

new life
You might also like
error: Content is protected !!