News
WhatsApp Image 2023-10-04 at 17.25.00
samparksetu

ଖୁବ ଶୀଘ୍ର ବାଜିବ ନିର୍ବାଚନ ବିଗୁଲ , ମାଇଦାନକୁ ଓହ୍ଲେଇବେ ୩ଟି ପଞ୍ଚାୟତ ର ସରପଞ୍ଚ ପାର୍ଥୀ

ଢେଙ୍କାନାଳ ଜିଲ୍ଲାରେ ଖାଲି ପଡିଥିବା ଗୋଟିଏ ଜିଲ୍ଲା ପରିଷଦ ଆସନ ଓ ୩ଟି ପଞ୍ଚାୟତର ସରପଞ୍ଚ ପଦ ପାଇଁ ଆସନ୍ତା ଫେବୃଆରୀ ୧୧ରେ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ପରଜଙ୍ଗ ବ୍ଳକ ୨୦ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରଂଜନ ପଣ୍ଡାଙ୍କ ଅକାଳ ବିୟୋଗ ହେତୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ ଜୟପୁରାକାଟେଣୀ ସରପଞ୍ଚଙ୍କ ସହ ଗଁଦିଆ ବ୍ଳକ ର ଗୁଣ୍ଡୁରାପଶି ଓ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ସରପଞ୍ଚ ପଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଏଥିସହ ଗଁଦିଆ ବ୍ଳକର ଗୋଟିଏ ଇ ଭୁବନ ବ୍ଲକର ଗୋଟିଏ ୱାର୍ଡମେମ୍ବର ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ନିର୍ବାଚନ କମିଶନରଙ୍କ ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ ସଂପୃକ୍ତ ଗ୍ରାମପଞ୍ଚାୟତ ଓ ଜିଲ୍ଲାପରିଷଦ ଅଞ୍ଚଳରେ ଜାନୁଆରୀ ୪ ରୁ ଫେବୃଆରୀ ୧୨ ତାରିଖ ଯାଏଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୩ ରୁ ୧୮ ପର୍ଯ୍ୟନ୍ତ କାର୍ଯ୍ୟଦିବସ ଗୁଡ଼ିକରେ ମନୋନୟନ ପତ୍ର ଦାଖଲ କରାହେବ । ଦିନ ୧୧ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନୋନୟନ ପତ୍ର ସଂଗ୍ରହ ଓ ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସରପଞ୍ଚ ପଦବୀ ପାଇଁ ବ୍ଳକ୍ କାର୍ଯ୍ୟ।ଳୟ ରୁ ମନୋନୟନ ପତ୍ର ସଂଗ୍ରହ କରିପାରିବେ । ଚଳିତ ମାସ ୧୯ ତାରିଖରେ ମନୋନୟନ ପତ୍ର ଗୁଡିକୁ ଯାଞ୍ଚ କରାଯାଇ ପାର୍ଥୀମାନଙ୍କ ନାମ ଘୋଷଣା ହେବ । ଚଳିତ ମାସ ୨୨ ତାରିଖ ଦିନ ନାମାନଙ୍କନ ପତ୍ର ପ୍ରତ୍ୟାହାର୍ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ଚୁଡାନ୍ତ ପାର୍ଥୀ ତାଲିକା ପ୍ରକାଶ କରାଯିବ । ଫେବ୍ରୁଆରୀ ୧୧ ତାରିଖ ସକାଳ ୭ ରୁ ମଧ୍ୟ।ହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଫେବୃଆରୀ ୧୨ ତାରିଖ ସକାଳ ୮ଟାରୁ ବ୍ଳକ୍ କାର୍ଯ୍ୟ।ଳୟ ରେ ଭୋଟ ଗଣତି ଅନୁଷ୍ଠିତ ହେବ । ଫେବୃଆରୀ ୧୫ ରେ ଫଳାଫଳ ପ୍ରକାଶ ପାଇବା ସହ ରାଜ୍ୟ ନିର୍ବାଚନ ବକମିଶନରଙ୍କୁ ବିଜୟୀ ପାର୍ଥୀ ଙ୍କ ନାମ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତି ରେ ପ୍ରକାଶ କରାଯାଇଛି ।

new life
You might also like
error: Content is protected !!