News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର !

ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର । ଡ୍ୟୁଟି ସାରି ଫେରିଲା ବେଳେ କଦଳୀପାଳ ଗାଁ ନିକଟରେ ହାତୀର ଆକ୍ରମଣ କରିଥିଲା । ଗୁରୁତର ପୋଲିସ କର୍ମଚାରୀଙ୍କୁ ପ୍ରଥମେ କାମାକ୍ଷାନଗର ପରେ କଟକ ସ୍ଥାନାନ୍ତର କରାଯାଇଛି । ଆହତ ଜଣଙ୍କ ହୃଷିକେଶ ନାୟକ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ , ନିଜ ଡ୍ୟୁଟି ସାରି ହୃଷିକେଶ ଘରକୁ ଫେରୁଥିବା ବେଳେ କଦଳିପାଳ ଗାଁ ନିକଟରେ ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସେ ଗୁରୁତର ହୋଇଛନ୍ତି । ପ୍ରଥମେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ପରେ ତାଙ୍କ ଅବସ୍ଥା ଦେଖି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

new life
You might also like
error: Content is protected !!