News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଘରପୋଡି

ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଘରପୋଡି ହେତୁ ଅନେକ ସଂପତି ନଷ୍ଟ ହୋଇଛି ।

ଢେ଼ଙ୍କାନାଳ ଓଡାପଡା ବ୍ଳକ ଅନ୍ତର୍ଗତ ବେଶାଳିଆ ଗ୍ରାମର ହରିଜନ ସାହିରେ ରୋଷେଇ ଘର ଚୁଲିରୁ ନିଆଁ ଲାଗିଯିବାରୁ ୩ ବଖରା ରହିବା ଘର ସହିତ ଏକ ବଖରା ରୋଷେଇ ଘର ପୋଡିଯାଇଛି।

ଖବର ପାଇ ଦମକଳ ଗାଡି ପହଂଚି ନିଆଁ ଲିଭାଇ ଥିଲ। ଏହି ଘରପୋଡ଼ି ରେ ଧାନ ଚାଉଳ ସହ ଅନେକ ସଂପତ୍ତି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡରେ ସତ୍ୟ ନାଏକ, ମୁରଲି ନାଏକ,ପ୍ରଭାତ ନାଏକଙ୍କର ଘର ସହ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯିବାସହ ସତ୍ୟ ନାଏକଙ୍କ ସ୍ତ୍ରୀ ଚୁମୁକି ନାଏକ ଙ୍କର ଦୁଇ ହାତ ପୋଡିଯାଇଛି।

ଅନ୍ୟପଟେ କାମାକ୍ଷାନଗର ରେକୁଳା ସବର ସାହିରେ ଆଜି ଅପରାହ୍ନ ୫ଘଟିକା ସମୟରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଶ୍ୟାମ ଖଟୁଆ ଏବଂ ସୁଦାମ ଖଟୁଆ ଙ୍କର ୨ବଖରା ଘର ଜଳି ଯାଇଛି ।ଅଗ୍ନିକାଣ୍ଡର କାରଣ ଆସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ବିଭାଗ ଦ୍ଵାରା ନିଆଁ କୁ ଆୟତ କରାଯାଇଛି ।

ସେହିପରି କଙ୍କଡ଼ାହାଡ଼ ବ୍ଳକ୍ ଡୋଲିଆ ଗାଁରେ ଅଗ୍ନିକାଣ୍ଡ ଘରଳଟି ୪ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି ।
ଆଜି ଦିନ ୧୧ ଘଟିକାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।

new life
You might also like
error: Content is protected !!