News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନାରୁ ବଞ୍ଚିତ ଗୀତାଞ୍ଜଳି

ଅନେକ ସ୍ଥଳେ ଗୋଟିଏ ପରିବାରରୁ ଦୁଇ ଜଣ ଲେଖାଏଁ ଆବାସ ଯୋଜନାରେ ଉପକୃତ ହେଉଥିବାର ବହୁତ ନଜିର ରହିଛି। ରାଜନୈତିକ ନେତାଙ୍କୁ ବା ସରକାରୀ ଅଧିକାରୀମାନଙ୍କୁ ଉତ୍କୋଚ ଦେଇ ଧନୀକ ଶ୍ରେଣୀର ଲୋକ ବି ଏହି ଯୋଜନାରେ ଉପକୃତ ହେଉଛନ୍ତି। ଯେଉଁ ମାନେ ନେତା ବା ସରକାରୀ ଅଧିକାରୀମାନଙ୍କୁ ସନ୍ତୁଷ୍ଟ କରି ନପାରନ୍ତି ତାଙ୍କ ପାଇଁ ଯୋଜନାର ଲାଭ ଟିକିଏ ଦୂର।

ଆମ ଜିଲ୍ଲାର ଓଡ଼ାପଡ଼ା ବ୍ଲକର ଗୋବିନ୍ଦ ପ୍ରସାଦ ପଞ୍ଚାୟତର ଗୀତାଞ୍ଜଳି ସାମଲ। ପରିବାରରେ ତାଙ୍କ ବ୍ୟତୀତ ଆଉ ତିନି ଜଣ ସଦସ୍ୟ। ସ୍ବାମୀ ହେମନ୍ତ ସାମଲ ଓ ଦୁଇ ସନ୍ତାନ। ସ୍ବାମୀ ଜଣେ ଶ୍ରମିକ ଶ୍ରେଣୀର। ରୋଜଗାର କହିଲେ ସେମିତି କିଛି ନାହିଁ। ଯାହା ରୋଜଗାର କରନ୍ତି ପରିବାର ଚଳାଇବା କଷ୍ଟକର। ପ୍ରତି ବର୍ଷ ଚାଳଘର ବି ଛପର କରିବାକୁ ସକ୍ଷମ ହେଇ ପାରୁ ନାହାଁନ୍ତି। ଆବାସ ଯୋଜନାରେ ଘର ପାଇବା ପାଇଁ ଅପେକ୍ଷା କରି କରି ହତାଶ ହୋଇଗଲେଣି। ବହୁତ ଚେଷ୍ଟା କରିବି ବିଫଳ ହେଲା ପରେ ଆମ ସହ ଯୋଗାଯୋଗ କରିଛନ୍ତି। ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶା।

new life
You might also like
error: Content is protected !!