ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ କାଲି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବଳଦିଆବନ୍ଧ ନିକଟରେ ବନ୍ଦ ହୋଇ ପଡିଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବରେ ଗତକାଲି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ବଳଦିଆବନ୍ଧ ଗ୍ରାମର ମିଥୁନ ଜେନା ।
ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଗତକାଲି ଚାରିଜଣ ଯୁବକ ଖଣ୍ଡା ଓ ଫାର୍ସା ଆଦି ମାରଣାସ୍ତ୍ର ସହ ଆସି ତାଙ୍କୁ ଅଚାନକ ଆକ୍ରମଣ କରିଥିଲେ । ବାପି ଘଡେଇ ଖସି ପଳାଇ ଥିବାବେଳେ ମିଥୁନର ବେକକୁ ହାଣି ସେମାନେ ହତ୍ୟା ପରେ ଫେରାର ହୋଇ ଯାଇଥିବା ଜଣାପଡିଛି । ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ର ଜଣା ପଡ଼ିଛି ।