News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ମୁଖ୍ୟାଳୟ କୁ ବଦଳି ହେଲେ ଯୋରନ୍ଦା ଫାଣ୍ଡି ଅଧିକାରୀ ; ଆଗକୁ ତଦନ୍ତ ଜାରି ରହିବ ବୋଲି ସୂଚନା ଦେଲେ ଏସପି

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ନେଉଳପୋଇ ଗ୍ରାମ ର ଦମ୍ପତି ଙ୍କୁ ଘରେ ପଶି ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ଶିଙ୍ଗା ମାଡ଼ ମାରିବା ଘଟଣାରେ ତାଙ୍କୁ ଯୋରନ୍ଦା ଫାଣ୍ଡି ରୁ ଢେଙ୍କାନାଳ ମୁଖ୍ୟାଳୟ କୁ ବଦଳି କରାଯାଇଛି ।

ସୂଚନା ଯୋଗ୍ୟ କି, ନେଉଳପୋଇ ଗ୍ରାମର ଅଞ୍ଜଳି ଗଡ଼ନାୟକ(୨୬) ସ୍ୱାମୀ – ରୁକୁନୁ ଗଡ଼ନାୟକ ଙ୍କ ଘରେ ବୁଧବାର ରାତିରେ ଫାଣ୍ଡି ଅଧିକାରୀ ରାତି ପ୍ରାୟ ୧୧ ଟା ସମୟରେ ଘର କବାଟ ବାଡେଇ ଘର ଭିତରେ ପଶି ଉଭୟ ସ୍ୱାମୀ -ସ୍ତ୍ରୀ ଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାନସିକ ନିର୍ଯ୍ୟାତନା ଦେବାର ଏସପି ଙ୍କ ପାଖରେ ଅଭିଯୋଗ ଆଣିଥିଲେ ଦମ୍ପତ୍ତି । ଏ ନେଇ ୩ ସେପ୍ଟେମ୍ବର ରେ ଢେଙ୍କାନାଳ ଅପଡେଟ ରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା ।

ଖବର ପ୍ରସାରଣ ପରେ ଏସପି ଦେଇଥିଲେ ତଦନ୍ତ ନିର୍ଦ୍ଦେଶ । ତେବେ ଆଜି ଉକ୍ତ ଫାଣ୍ଡି ଅଧିକାରୀ ଙ୍କୁ ଢେଙ୍କାନାଳ ମୁଖ୍ୟାଳୟ ଙ୍କୁ ବଦଳି କରାଯାଇଛି । ଉକ୍ତ ଘଟଣା ର ଆଗକୁ ତଦନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଏସପି ।

new life
You might also like
error: Content is protected !!