News
WhatsApp Image 2023-10-04 at 17.25.00
samparksetu

ପିଚୁ ରାସ୍ତା ମରାମତି ନା ରେ ଲୁଟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବlଇଁଶିଆ ପଞ୍ଚାୟତ ର ଆମ୍ବବlହାଳି ଛକ ଠାରୁ ବାଲିଯୋରନ୍ଦା ଦେଇ ରାଇତାଳା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହୋଇଥିବା ପିଚୁ ରାସ୍ତା ମରାମତି ନିମ୍ନ ମାନର l ପନ୍ଦର ଦିନ ନଯାଉଣୁ ଗୋଡି ସବୁ ଉଠି ଯାଇଛି l

ଏହି ଦୁଇ ବର୍ଷ ତଳେ ଏହି ରାସ୍ତା ତିଆରି ହୋଇଥିଲା l ସୂଚନାଯୋଗ୍ୟ ଯେ, ଏହି ରାସ୍ତା ଦେଇ କୌଣସି ଭାରି ଯାନ ଚଳାଚଳ ନଥାଏ ଏବଂ ଏହି ରାସ୍ତା ଟି ଅପହଞ୍ଚ ଅଞ୍ଚଳରେ ହୋଇଥିବାରୁ କୌଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର କୁ ଆସେ ନାହିଁ l କିପରି ଆମ ଅଧିକାରୀ ମାନେ ଆମ ଟିକସ କୁ ଆତ୍ମସାତ କରନ୍ତି, ତାର ଏକ ଛୋଟ ନମୁନା l ତୁରନ୍ତ ଏହି କାର୍ଯ୍ୟ ର ତଦନ୍ତ କରି ପୁଣି ଥରେ ଅଧିକାରୀ ମାନଙ୍କ ତଦାରଖ ରେ କାର୍ଯ୍ୟ କରିବାପାଇଁ ଅଂଚଳବାସୀ ଦାବି କରିଛନ୍ତି l

new life
You might also like
error: Content is protected !!