News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଅପଡେଟ୍ ର ପ୍ରଭାବ ,ଖବର ପ୍ରସାରଣ ର ୨୪ ଘଣ୍ଟା ନପୁରୁଣୁ ପଦକ୍ଷେପ ନେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଜିଲ୍ଲା ମହାପଦା ଗ୍ରାମରେ ଜୋରନ୍ଦା ରୁ ବଣସିଂହ ମୁଖ୍ୟ ରାସ୍ତାକୁ ଯୋଗାଯୋଗ କରୁଥିବା ଅଞ୍ଚଳରେ ଗତ କିଛିଦିନ ହେବ ବିପଦ ସଂକୁଳ ଭାବେ ଝୁଲି ରହିଥିଲା ବିଦ୍ୟୁତ୍ ତାର । ଏହି ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ସମୟରେ ବହୁ ଲୋକଙ୍କ ଚଳ ପ୍ରଚଳ ରହୁଥିବା ବେଳେ ସମ୍ପୃକ୍ତ ଅଞ୍ଚଳଟି ହାତୀ ପ୍ରବଣ ଅଞ୍ଚଳ ।

ପୂର୍ବରୁ ପ୍ରସାରିତ ଖବର

ଏନେଇ ଗତ ରବିବାର ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ହୋଇଥିଲା । ତେବେ ଖବର ପ୍ରସାରଣ ର ୨୪ ଘଣ୍ଟା ନପୁରୁଣୁ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେହି ଅଞ୍ଚଳରେ ଦୁଇଟି ପୋଲ୍ ପୋତା ଯାଇଥିବାର ସ୍ଥାନୀୟ ବାସିନ୍ଦା ଜଣାଇଛନ୍ତି । ସେହିପରି ଖୁବଶୀଘ୍ର ବିପଦସଙ୍କୁଳ ତାର ଉପରକୁ ଉଠାଯିବ ବୋଲି ସୂଚନା ମିଳିଛି ।

new life
You might also like
error: Content is protected !!