ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତସ୍ତ ଦଲାର ଗ୍ରାମର ନନ୍ଦ କିଶୋର ଦାସ ଓ ତାଙ୍କର ପୁଅ ବିଷ୍ଣୁ ଦାସ କୁ ଆଜି ଗଁଦିଆ ପୋଲିସ ବଧୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ଘଟଣା ରୁ ଜଣାଯାଏ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ତରାଜଙ୍ଗ ଗ୍ରାମର ସଞ୍ଜୟ କୁମାର ଷଣ୍ଢ ଙ୍କର କନ୍ୟା ସଂଗୀତା କୁ ସମ୍ପୂର୍ଣ୍ଣ ବୈଦିକ ରୀତିରେ ବିବାହ କରିଥିଲେ ଜୌତୁକ ପାଇଁ ସଂଗୀତା ଉପରେ ଶାଶୂଘର ଲୋକ ମାନେ ନିର୍ଯ୍ୟାତନା ଦେଉଥିଲେ ।
ଏହାର କରୁଣ ପରିଣତି ଘଟିଥିଲା ଗତ ୨୭ତାରିଖରେ ଘଟିଥିଲା ତୁମ ଝିଅର ଦେହ ଗୁରୁତର ଅଛି ବୋଲି ମୃତକ ଙ୍କ ଶାଶୁଘର ଲୋକ ତାର ବାପ ଘରୁକୁ ଖବର ଦେଇଥିଲେ ,ହେଲେ ବାପଘର ଲୋକ ଦଲାର ଗ୍ରାମକୁ ଆସି ଦେଖିଲେ ତଳେ ସଂଗୀତା ର ମୃତ ଦେହ ତଳେ ପଡି ରହିଛି ମୋର ଭଉଣୀକୁ ଯୌତୁକ ଲୋଭରେ ତାର ଶାଶୁ ଘର ମାରି ଦେଇଛନ୍ତି ବୋଲି ତାର ଭାଇ ଗଁଦିଆ ଥାନାରେ ଏତଲା ଦେଇଥିଲେ ।
ପୋଲିସ କେଶ ନଂ୮୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା ଏଥିରେ ଦୁଇ ଅଭିଯୁକ୍ତ ମୃତକର ଶଶୁର ଓ ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଛି ।