News
WhatsApp Image 2023-10-04 at 17.25.00
samparksetu

ବହୁ ସମୟ ପଡି ରହିଲା ଶବ ; ମାନବିକତାର ପରିଚୟ ଦେଇ ଶବ ସତ୍କାର କଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ

ଗତକାଲି ଢେଙ୍କାନାଳ ସହରାଞ୍ଚଳର ଷ୍ଟେସନ ବଜାର ସ୍ଥିତ ସ୍ଥାନୀୟ ସ୍ଥାୟୀ ବାସିନ୍ଦା ଶ୍ରୀଯୁକ୍ତ ପିଣ୍ଟୁ ଘୋଷ୍ ଙ୍କ ଘରେ ଜଣେ ୭୮ ବର୍ଷୀୟା ବୃଦ୍ଧା କମଳା ବେହେରା ଗତକାଲି ସକାଳ ସମୟରେ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ। ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

କିନ୍ତୁ ଅତି ଦୁଃଖଦ ଏବଂ ବିଡମ୍ବନାର ବିଷୟ ବର୍ତ୍ତମାନ ମହାମାରୀ କରୋନା ସମୟ ଚାଲୁ ରହିଥିବା ସମୟରେ ସେହି ମୃତ ବୃଦ୍ଧା ଙ୍କୁ କରୋନା ସନ୍ଦେହରେ କେହି ମଧ୍ୟ ଆଡ ଆଖିରେ ଚାହିଁ ନଥିଲେ କି ଛୁଇଁ ନଥିଲେ।

ବୃଦ୍ଧାଙ୍କ ମୃତ ଶରୀର ଦୀର୍ଘ ୬ ଘଣ୍ଟା କାଳ ପଡି ରହିବା ପରେ, ଢେଙ୍କାନାଳର ଯୁବ ଅନୁଷ୍ଠାନ ହେଲପିଂ “ହାଣ୍ଡସ୍ ସୋସିଓ ସ୍ପେସିଫିକ୍ ” ଅନୁଷ୍ଠାନର ସଦସ୍ୟମାନେ ,ଯଥା: ଷ୍ଟାଲିନ୍ ମହାନ୍ତି, ଅଜିତ୍ ସିଂ, ପିନାକୀ ଦାସ୍, ସର୍ବେଶ୍ଵର ବେହେରା, ସାୟଦ୍ ସର୍ଫରାଜ୍ ଅଲ୍ଲୀ, ମହମ୍ମଦ ସଲାଉଦିନ, ୟସ୍ ଶର୍ମା, ଶିବୁ ସମେତ ଘଟଣା ସ୍ଥଳରେ ପହଞ୍ଚି ସରକାରଙ୍କ କୋଭିଡ୍ ନିୟମକୁ ଅନୁସରଣ କରି ସେହି ଜାଗାକୁ ସାନିଟାଇଜି କରିବା ସହ ପିପି କିଟ୍ ପିନ୍ଧି, ପଡି ରହିଥିବା ବୃଦ୍ଧାଙ୍କ ମୃତ ଶରୀରକୁ କାନ୍ଧ ଦେଇ, ବୃଦ୍ଧାଙ୍କ ମୃତ ଶରୀରକୁ ଢେଙ୍କାନାଳ ମାରୁଆଡି ଯୁବ ମଞ୍ଚ ଦ୍ୱାରା ପରିଚାଳିତ ମୁକ୍ତି ଆମ୍ବୁଲାନ୍ସ ଯୋଗେ ନେଇ ଶବ ସତ୍କାର କରିଥିଲେ ।

new life
You might also like
error: Content is protected !!