News
WhatsApp Image 2023-10-04 at 17.25.00
samparksetu

ତର୍କାବେଡା ଗ୍ରାମବାସୀଙ୍କ ଅନଶନ ଜାରି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡା ଗ୍ରାମରେ ଏକ ଘରୋଇ କମ୍ପାନୀ ନିର୍ମାଣକାର୍ଯ୍ୟ ଚାଲିଛି । କିନ୍ତୁ ତର୍କାବେଡା ଗ୍ରାମରୁ ବାହାରି ଥିବା ମାଟି ରାସ୍ତାଟି କମ୍ପାନୀ ମଧ୍ୟରେ ରହୁଥିବା ରୁ ଗ୍ରାମବାସୀ ଙ୍କୁ ଯାତାୟାତ ପାଇଁ ଅସୁବିଧା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ହେଲେ କମ୍ପାନୀ କର୍ତ୍ତୃପକ୍ଷ ପାଚେରୀକୁ ଲାଗି ଗୋଟିଏ ରାସ୍ତା ଦେଉଛନ୍ତି ।

କିନ୍ତୁ ତର୍କାବେଡା ଗ୍ରାମବାସୀମାନେ ଆଜିକୁ ୧୫ ଦିନ ହେଲା ଅନସନରେ ବସିଛନ୍ତି । ତାଙ୍କୁ ଉପଯୁକ୍ତ ରାସ୍ତା ଦେଲେ ସେମାନେ ଖୁସିହେବେ ବୋଲି ଗ୍ରାମ ସଭାପତି ଶତ୍ରୁଘନ ପ୍ରଧାନ ଯଣାଇଛନ୍ତି ।

ଏହି ଆନ୍ଦୋଳନ ରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି , ବିଜେପି ନେତା ଅଶୋକ ନାଏକ, ଗୁରୁଚରଣ ପ୍ରଧାନ,ଦିପକ କୁମାର ବେହେରା, ପ୍ରକାଶ ନାଥ ଓ ୧୪ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ । ଅନ୍ୟପଟେ ସମାଧାନ ନହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଅନସନ ଯାରି ରହିବ ବୋଲି ଗ୍ରାମ ସଭାପତି ଶତ୍ରୁଘନ ପ୍ରଧାନ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!