News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ହାଟରୋଡ଼ ରେ ପୋତା ହେଲା ନୂତନ ବିଦ୍ୟୁତ ଖୁଣ୍ଟ

ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ ଖୁଣ୍ଟ ।
ଢେଙ୍କାନାଳ ପୌରାଞ୍ଚଳ ହାଟରୋଡ଼ ଅଳସୁଆ ହାଟ ଶିବ ମନ୍ଦିର ନିକଟରେ ବିଦ୍ୟୁତ ଖୁଣ୍ଟ ଗୋଟିଏ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା । ଖୁଣ୍ଟ ଉପରେ ଉଚ୍ଚ ଶକ୍ତି ସମ୍ପନ୍ନ ୧୧କେଭି ବିଦ୍ୟୁତ ତାର ମଧ୍ୟ ରହିଥିଲା। ବାତ୍ୟା ବା କାଳବୈଶାଖୀର ପ୍ରକୋପରୁ ଏହି ଖୁଣ୍ଟ ବର୍ତ୍ତିବା ଦୂର କଥା ସାଧାରଣ ପବନ ହେଉଥିଲେ ଖୁଣ୍ଟଟି ହଲୁଥିଲା।

ଜନଗହଳି ପୂର୍ଣ୍ଣ ଏ ଅଞ୍ଚଳରେ ଯେ କୌଣସି ସମୟରେ ମଧ୍ୟ ବଡ ଧରଣର ଦୁର୍ଘଟଣା ହେବାର ସମ୍ଭାବନା ରହିଥିବା ନେଇ ବଜାରବାସୀଙ୍କ ପକ୍ଷରୁ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା। ଏ ସମସ୍ୟା ଆମେ ପ୍ରକାଶ କରିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ଖୁଣ୍ଟଟି ପରିବର୍ତ୍ତନ କରିଥିବା ଜଣାପଡିଛି।

new life
You might also like
error: Content is protected !!