News
WhatsApp Image 2023-10-04 at 17.25.00
samparksetu

ଅଁଳାବେରଣୀ ଆର ଆଇ ଅଫିସ କର୍ମଚାରୀ ପଇସା ମାଗିବା ଘଟଣା; ସମ୍ପୃକ କର୍ମଚାରୀ ଙ୍କ କାମ ବନ୍ଦ କରିଦିଆଯାଇଥିବା ସୂଚନା , ଅନ୍ୟପଟେ ଗାଁ କୁ ଆସି ଲୋକ ଙ୍କୁ ଭୁଲ ମାଗିଲେ କର୍ମଚାରୀ

କାମାକ୍ଷାନଗର ଅଁଳାବେରଣୀ ଆର ଆଇ ଅଫିସ ରୁ ଦିବାକର ମଲ୍ଲିକ ନାମକ ଜଣେ କର୍ମଚାରୀ କୁସୁମଜୋଡି ନୂଆଙ୍ଗବିଲ ଗ୍ରାମ କୁ ଏକ ସର୍ଭେ ପାଇଁ ଆସିଥିଲେ ।

ଗ୍ରାମବାସୀଙ୍କୁ କୌଶଳ କ୍ରମେ ନାଁ ଚଢ଼େଇବା ଏବଂ କାଟିବାର ବେଆଇନ୍ ବାଟ ମଧ୍ୟ ଦେଖାଇଥିଲେ, ୨୦୦ଟଙ୍କା ଦେଲେ ସବୁକିଛି ହେଇଯିବ ବୋଲି କହିଥିଲେ । ତେବେ ଏହି ୨୦୦ଟଙ୍କା ବାବଦ ଗ୍ରାମବାସୀ ରସିଦ ମାଗିବାରୁ ଏହାର ରସିଦ ଦିଆଯିବ ନାହିଁ ବୋଲି ଦିବାକର କହିଥିଲେ । ଏପରିକି ଟଙ୍କା ଅଫିସର ମାନେ ନେବେ ବୋଲି ମଧ୍ୟ ଦିବାକର କହିଥିଲେ ।

ତେବେ ଟଙ୍କା ନେବାର ଭିଜୁଆଲ ଆମେ ୧୧ଜୁଲାଇ ରେ ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ପରେ ଉକ୍ତ କର୍ମଚାରୀ ଙ୍କୁ କର୍ତ୍ତୃପକ୍ଷ କାର୍ଯ୍ୟ ରୁ ନିୁବୃତ୍ତ କରିବାର ସୂଚନା ମିଳିଛି । ଅନ୍ୟପଟେ କର୍ମଚାରୀ ଜଣଙ୍କ ନିଜ ଭୁଲ୍ ବୁଝିପାରି ଗ୍ରାମବାସୀଙ୍କୁ ଭୁଲ ମାଗିଛନ୍ତି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!