News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ମରାମତି ହେଲା ପାଣି ପାଇପ

ପାଣି କୁ ନେଇ ବିଭିନ୍ନ ଜାଗାରେ ବିଭିନ୍ନ ସମସ୍ୟା ଦେଖା ଦେଇଛି । ବିଶେଷ କରି ପିଇବା ପାଣି ସମସ୍ୟା ନେଇ, ପାଣି ବୁନ୍ଦାଏ ନଷ୍ଟ ନକରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନ ବାର୍ତ୍ତା ଦିଆ ଯାଉଛି ।

ପୂର୍ବରୁ ପ୍ରସାରିତ ଖବର

ହେଲେ ଢେଙ୍କାନାଳ ଜିଲ୍ଲାରେ ଏହାର ଏକ ବିକଳ୍ପ ଚିତ୍ର ଦେଖିବାକୁ ମିଳିଥିଲା , ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମପଞ୍ଚାୟତ ପାଟରପଦା ଗ୍ରାମର ସରକାରୀ ଉ:ପ୍ରା ବିଦ୍ୟାଳୟ ନିକଟରେ ଏକ ପିଇବା ପାଣି ପାଇପ ଫାଟି ପାଣି ବୋହିବାରେ ଲାଗିଥିଲା । ଯାହା ଫଳରେ ,ସମ୍ପୁକ୍ତ ପିଇବା ପାଣି ଉପରେ ଅନ୍ୟୁନ୍ୟ ୫୦୦ ନିର୍ଭର କରୁଥିବା ବାସିନ୍ଦା ଅସୁବିଧାର ସମୂଖୀନ ହେଉଥିଲେ ।

ତେବେ ଏ ନେଇ ଗତ ୨୬ ଅକ୍ଟୋବର ରେ ଖବର ପ୍ରକାଶ ପାଇଥିଲା , ତେବେ ଖବର ପ୍ରସାରଣ ପରେ ଉକ୍ତ ପାଇପ କୁ ମରାମତି କରାଯାଇଛି । ଯାହା ଫଳରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।

new life
You might also like
error: Content is protected !!